Site icon ଆଜିକାଲି

ଗୋମାଂସ ଭର୍ତ୍ତି କଣ୍ଟେନରକୁ କାବୁ କଲେ ବଜରଙ୍ଗ ଦଳ କର୍ମୀ

ଗୋପାଳପୁର: ଗୋପାଳପୁର ୧୬ନଂ ଜାତୀୟ ରାଜପଥ ମାଣ୍ଡିଆ ପଲ୍ଲୀ ଛକ ଠାରେ ବଜରଙ୍ଗ ଦଳ କର୍ମୀଙ୍କ ପକ୍ଷରୁ ଏକ ଗୋମାଂସ ଭର୍ତ୍ତି କଣ୍ଟେନରକୁ କାବୁ କରାଯାଇଛି।କଣ୍ଟେନରଟି ଭୂବନେଶ୍ଵରରୁ ଆନ୍ଧ୍ରପ୍ରଦେଶ ଯାଉଥିଲା।

ଆଜି ଭୋର୍ ୪ଟାବେଳେ ଗଞ୍ଜାମ ମାଣ୍ଡିଆ ପଲ୍ଲୀ ଛକଠାରେ କିଛି ବଜରଙ୍ଗ ଦଳ କର୍ମୀମାନେ କଣ୍ଟେନରଟିକୁ କାବୁ କରିଥିଲେ। ଏବଂ କଣ୍ଟେନରରେ ଥିବା ୧୮ କେଜି ଗୋମାଂସ ଜବତ କରିଥିଲେ। ଗାଡିର ଡ୍ରାଇଭର ଏ ନେଇ କୈାଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ। ପରେ ଘଟଣା ନେଇ ଚମାଖଣ୍ଡି ଓ ଗୋପାଳପୁର ପୁଲିସ କୁ ଅବଗତ କରାଯାଇଥିଲା। ଚମାଖଣ୍ଡି ପୁଲିସ ଗାଡିଟିକୁ ଜବତ କରି ତଦନ୍ତ କରୁଥିବା ଜଣାପଡିଛି। ବଜରଙ୍ଗ ଦଳ କର୍ମୀଙ୍କ ଅଭିଯୋଗ ଅନୁଯାୟୀ ଆହୁରି ୨ ଟି କଣ୍ଟେନର ଆଗରୁ ଏହି ଅଞ୍ଚଳ ଅତିକ୍ରମ କରି ଆନ୍ଧ୍ରପଦେଶ ଅଭିମୁଖେ ଚାଲିଯାଇଛି।

Exit mobile version