Site icon ଆଜିକାଲି

ବାଲେଶ୍ୱର ଜିଲା ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଉଦ୍‌ଯାପିତ


ବିକାଶ ଦାସ ତିନୋଟି ଲେଖାଏଁ ବିଭାଗ ଓ ଜୀବନ୍‌ଜ୍ୟୋତି ତିନୋଟି ବିଭାଗରେ ବିଜେତା
ବାଲେଶ୍ୱର : ବାଲେଶ୍ୱର ଜିଲା ବ୍ୟାଡ଼ମିଣ୍ଟନ ସଂଘ ଦ୍ୱାରା ଆୟୋଜିତ ଜିଲା ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତାର ଦ୍ୱିତୀୟ ସଂସ୍କରଣ ଉଦ୍‌ଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାର ଭିବିନ୍ନ ବୟସର ଖେଳାଳି ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।
ସବ୍‌ଜୁନିୟର ୯ ବର୍ଷରୁ କମ୍ ବାଳକ ବିଭାଗରେ ଶ୍ରବଣ ଶୁର‌୍ୟା ବିଜେତା ଓ ରେୟାଂଶ ଆଦିଦେବ ସିଂ ଉପ-ବିଜେତା ହୋଇଥିଲେ । ସବ୍‌ଜୁନିୟର ୧୧ ବର୍ଷରୁ କମ୍ ବାଳକ ବିଭାଗରେ ରୋଶନ ମହାକୁଡ଼ ବିଜେତା ଓ ମନିଶ ମିଶ୍ର ଉପ-ବିଜେତା ହୋଇଥିଲେ । ସବ୍‌ଜୁନିୟର ୧୩ ବର୍ଷରୁ କମ୍ ବାଳକ ବିଭାଗରେ ଅଜଦିପ୍ ମାଝି ବିଜେତା ଓ ରୋଶନ ମହାକୁଡ଼ ଉପ-ବିଜେତା ହୋଇଥିଲେ । ସେହିପରି ଜୁନିୟର ୧୩ ବର୍ଷରୁ କମ୍ ବାଳିକା ବିଭାଗରେ ଜିଗିସା ସିହ୍ନା ବିଜେତା ଓ ରିତା ଦାସ ଉପବିଜେତା ହୋଇଥିଲେ । ଜୁନିୟର ୧୫ ବର୍ଷରୁ କମ୍ ବାଳକ ବିଭାଗରେ ଅଜଦିପ୍ ମାଝି ବିଜେତା ଓ ସତ୍ୟପ୍ରକାଶ ସିଂ ଉପ-ବିଜେତା ହୋଇଥିଲେ । ଜୁନିୟର ୧୭ ବର୍ଷରୁ କମ୍ ବାଳକ ବିଭାଗରେ ଜୀବନଜ୍ୟୋତି ପାଣିଗ୍ରାହୀ ବିଜେତା ଓ ଅଜଦିପ୍ ମାଝି ଉପ-ବିଜେତା ହୋଇଥିଲେ । ଜୁନିୟର ୧୯ ବର୍ଷରୁ କମ୍ ବାଳକ ବିଭାଗରେ ଜୀବନଜ୍ୟୋତି ପାଣିଗ୍ରାହୀ ବିଜେତା ଓ ଆୟୁଶ୍ମାନ ରାୟ ଉପ-ବିଜେତା ହୋଇଥିଲେ । ଜୁନିୟର ୧୯ ବର୍ଷରୁ କମ୍ ଡବଲ୍ସ ବାଳକ ବିଭାଗରେ ଜୀବନଜ୍ୟୋତି ପାଣିଗ୍ରାହୀ ଓ ଆୟଶ୍ମାନ ରାୟ ବିଜେତା ଏବଂ ଜଗନ୍ନାଥ ଦାସ ଓ ବିଷ୍ଣୁ ଖିଲାର ଉପ-ବିଜେତା ହୋଇଥିଲେ । ପୁରୁଷ ସିଙ୍ଗଲ୍ସ ବିଭାଗରେ ରବିନ୍ଦ୍ର ପାଣିଗ୍ରହୀ ବିଜେତା ଓ ଜୟପ୍ରକାଶ ସିଂ ଉପ-ବିଜେତା ହୋଇଥିଲେ । ମହିଳା ସିଙ୍ଗଲ୍ସ ବିଭାଗରେ ଅନୁଷ୍କା ୟାଦବ ବିଜେତା ଓ ଜିଗିସା ସିହ୍ନା ଉପ-ବିଜେତା ହୋଇଥିଲେ । ପୁରୁଷ ଡବଲ୍ସ ବିଭାଗରେ ଜୟପ୍ରକାଶ ସିଂ ଓ ମାନବେନ୍ଦ୍ର ସାହୁ ବିଜେତା ଏବଂ ରବିନ୍ଦ୍ର ପାଣିଗ୍ରାହୀ ଓ ପିୟୁସ ରାଉତ ଉପ-ବିଜେତା ହୋଇଥିଲେ । ୩୫ ବର୍ଷରୁ ଉର୍ଦ୍ଧ୍ୱ ପୁରୁଷ ଡ଼ବଲ୍ସ ବିଭାଗରେ ବିକାଶ ଦାସ ଓ ସୌମେନ ମୁର୍ମୁ ବିଜେତା ଏବଂ ପ୍ରଦୀପ ଘଡ଼ାଇ ଓ ଗୋପାଲ ମାଲାକାର ଉପ-ବିଜେତା ହୋଇଥିଲେ । ୪୦ ବର୍ଷରୁ ଉର୍ଦ୍ଧ୍ୱ ପୁରୁଷ ଡବଲ୍ସ ବିଭାଗରେ ବିକାଶ ଦାସ ଓ ସୌମେନ ମୁର୍ମୁ ବିଜେତା ଏବଂ ଅମରଜ୍ୟୋତି ଆଚାର୍ଯ୍ୟ ଓ ହରିଶ ଚନ୍ଦ୍ର ସାହୁ ଉପ-ବିଜେତା ହୋଇଥିଲେ । ୪୦ ବର୍ଷରୁ ଉର୍ଦ୍ଧ୍ୱ ପୁରୁଷ ସିଙ୍ଗଲ୍ସ ବିଭାଗରେ ବିକାଶ ଦାସ ବିଜେତା ଏବଂ ସତ୍ୟନାରାୟଣ ପଟ୍ଟନାୟକ ଉପ-ବିଜେତା ହୋଇଥିଲେ । ୫୦ ବର୍ଷରୁ ଉର୍ଦ୍ଧ୍ୱ ପୁରୁଷ ଡ଼ବଲ୍ସ ବିଭାଗରେ ବିଶ୍ୱଜିତ୍ ଦାସ ଓ ଅଜୟ ଦୋଶି ବିଜେତା ଏବଂ ବିନୋଦ ସାହ୍ ଓ ମନୋରନ ପଣ୍ଡା ଉପ-ବିଜେତା ହୋଇଥିଲେ । ଏହି ପ୍ରତିଯୋଗିତାର ବିଜେତା ଓ ଉପବିଜେତାଙ୍କୁ ରାଜ୍ୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ପାଇଁ ଜିଲା ବ୍ୟାଡ଼ମିଣ୍ଟନ ସଂଘ ତରଫରୁ ଚୟନ କରାଯାଇଛି । ଏହି ଉଦ୍‌ଯାପନୀ ଉତ୍ସବରେ ସଂଘର ସମ୍ପାଦକ ମନୋରଞ୍ଜନ ପଣ୍ଡା ସମସ୍ତଙ୍କୁ ଅଭିନନ୍ଦନ ଜଣାଇ ଥିଲେ ଏବଂ ପୁରଷ୍କାର ବିତରଣ ଉତ୍ସବ ସଂଘର ବାର୍ଷିକ ଉତ୍ସବ ଦିନ ପ୍ରଦାନ କରାଯିବ ବୋଲି ଜଣାଇଥିଲେ ।

Exit mobile version