Site icon ଆଜିକାଲି

ବାଲେଶ୍ୱର : ଆଭାସୀ ମାଧ୍ୟମରେ ପିଏମ-ସୁରଜ ପୋର୍ଟାଲ ଉନ୍ମୋଚିତ 

ସମାଜର ସବୁଠାରୁ ଅବହେଳିତ ବର୍ଗର ଉନ୍ନତି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ବାଲେଶ୍ୱର : ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅବହେଳିତ ବର୍ଗଙ୍କୁ ଋଣ ସହାୟତା ପାଇଁ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ବାଲେଶ୍ୱରସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଜଳଶକ୍ତି ଏବଂ ଆଦିବାସୀ ବ୍ୟାପାର ମାନ୍ୟବର ମନ୍ତ୍ରୀ ତଥା ମାନ୍ୟବର ସାଂସଦ, ମୟୂରଭଞ୍ଜ ଶ୍ରୀ ବିଶ୍ଵେଶ୍ୱର୍ ଟୁଡୁ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ I ଏଥି ସହିତ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟର ଯୋଜନା ବିଭାଗର ନିର୍ଦ୍ଦେଶକ ଶ୍ରୀ ଦିପ୍ତୀଭାନୁ ଦାସ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ବିଶ୍ୱ ରଞ୍ଜନ ନାୟକ ଓ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀମତୀ ବିଦ୍ୟୁତଲତା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ I 

ମାନ୍ୟବର ପ୍ରଧାନମନ୍ତ୍ରୀ ସାମାଜିକ ଉତ୍ଥାନ ଏବଂ ରୋଜଗାର ଆଧାର ଜନକଲ୍ୟାଣ (ପିଏମ-ସୁରଜ) ଜାତୀୟ ପୋର୍ଟାଲ ଉନ୍ମୋଚନ କରିବା ସହ ଦେଶର ଅବହେଳିତ ବର୍ଗର ଏକ ଲକ୍ଷ ଉଦ୍ୟୋଗୀଙ୍କୁ ଋଣ ସହାୟତା ମଞ୍ଜୁର କରିଛନ୍ତି । ଅନୁସୂଚିତ ଜାତି, ପଛୁଆ ବର୍ଗ ଓ ସଫେଇ କର୍ମଚାରୀଙ୍କ ସମେତ ପଛୁଆ ବର୍ଗର ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି।

ଦଳିତ, ପଛୁଆ ଓ ବଞ୍ଚିତ ବର୍ଗଙ୍କ କଲ୍ୟାଣ ଦିଗରେ ଦେଶ ଆଉ ଏକ ବଡ଼ ସୁଯୋଗ ଦେଖୁଛି ବୋଲି ମାନ୍ୟବର ପ୍ରଧାନମନ୍ତ୍ରୀ ମୋଦି କହିଥିଲେ । ସେ କହିଥିଲେ ଯେ ଆଜିର ଏହି ଅବସର ଗରିବ ଲୋକଙ୍କୁ ପ୍ରାଥମିକତା ଦେବା ପାଇଁ ସରକାରଙ୍କ ପ୍ରତିବଦ୍ଧତାର ଝଲକ ପ୍ରଦାନ କରୁଛି। ଅନୁସୂଚିତ ଜାତି, ଜନଜାତି ଓ ଓବିସିଙ୍କ ସମେତ ବଞ୍ଚିତ ବର୍ଗଙ୍କ କଲ୍ୟାଣ ଅଭିଯାନର ଏକ ଅଂଶ ବିଶେଷ ଭାବେ ସେବା ସମ୍ପ୍ରସାରଣ କରାଯାଇଛି ବୋଲି ସେ କହିଛନ୍ତି ଏବଂ ଆଜିର ଯୋଜନା ପାଇଁ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।  

ଅବହେଳିତ ବର୍ଗଙ୍କୁ ଋଣ ସହାୟତା ପାଇଁ ପିଏମ-ସୁରଜ ଜାତୀୟ ପୋର୍ଟାଲ ଗରିବ ଲୋକଙ୍କୁ ପ୍ରାଥମିକତା ଦେବା ପାଇଁ ଏକ ପରିବର୍ତନମୂଳକ ପଦକ୍ଷେପ, ଯାହାର ଉଦ୍ଦେଶ୍ୟ ହେଉଛି ସମାଜର ସବୁଠାରୁ ଅବହେଳିତ ବର୍ଗର ଉନ୍ନତି । ସମଗ୍ର ଦେଶରେ ଯୋଗ୍ୟ ବ୍ୟକ୍ତିମାନଙ୍କୁ ଏହି ଋଣ ସହାୟତା ପ୍ରଦାନ କରାଯିବ ଏବଂ ବ୍ୟାଙ୍କ, ଏନବିଏଫସି-ଏମଏଫଆଇ ଏବଂ ଅନ୍ୟାନ୍ୟ ଅନୁଷ୍ଠାନ ମାଧ୍ୟମରେ ସୁବିଧା ଯୋଗାଇ ଦିଆଯିବ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନ୍ୟାସନାଲ ଆକ୍ସନ ଫର ମେକାନିକାଲ୍ ସେନ୍ସିମେଣ୍ଟ ଇକୋସିଷ୍ଟମ ଅଧୀନରେ ସଫେଇ ମିତ୍ର (ନର୍ଦ୍ଦମା ଓ ସେପ୍ଟିକ୍ ଟାଙ୍କି କର୍ମଚାରୀ)ଙ୍କୁ ଆୟୁଷ୍ମାନ ସ୍ୱାସ୍ଥ୍ୟ କାର୍ଡ ଏବଂ ପିପିଇ କିଟ୍ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଦେଶର ୫୦୦ରୁ ଅଧିକ ଜିଲ୍ଲାରୁ ପଛୁଆ ବର୍ଗର ପ୍ରାୟ ୩ ଲକ୍ଷ ହିତାଧିକାରୀ ବିଭିନ୍ନ ସରକାରୀ ଯୋଜନାର ପ୍ରାୟ ୩ ଲକ୍ଷ ହିତାଧିକାରୀ ଅଂଶଗ୍ରହଣ କରିଥିଲେ।

ଉକ୍ତ ସଭାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳର ୧୨୫ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଓ ୭୫ ସଫାଈ କର୍ମଚାରୀ ଯୋଗ ଦେଇଥିଲେ I

Exit mobile version