Site icon ଆଜିକାଲି

ଆଜିଠୁ ୮ ଦିନ ଧରି ଚାଲିବ ବାଲିଯାତ୍ରା

କଟକ : ଆଜିଠୁ ବାଲିଯାତ୍ରା । ପୂର୍ବଭାରତର ଅନ୍ୟତମ ସର୍ବବୃହତ ମୁକ୍ତାକାଶ ବାଣିଜ୍ୟ ମେଳା କୁହାଯାଉଥିବା ଐତିହାସିକ କଟକ ବାଲିଯାତ୍ରା ସୋମବାର ଠାରୁ ଆରମ୍ଭ ହେଉଛି । ବାରବାଟୀ କିଲ୍ଲା ପଡ଼ିଆ ଓ ମହାନଦୀ ପଠାକୁ ମିଶାଇ ପ୍ରାୟ ୪୩ ଏକର ଜାଗାରେ ଆୟୋଜିତ ଏହି ଯାତ୍ରା ଏଥର ୮ ଦିନ ଧରି ଚାଲିବ । ଓର୍‌ମାସ୍‌ର ଜାତୀୟ ପଲ୍ଲିଶ୍ରୀ ମେଳାର ୪୨୦ଟି ଷ୍ଟଲ୍‌କୁ ମିଶାଇ ମୋଟ୍‌ ୧ ହଜାର ୮୯୬ଟି ଷ୍ଟଲ୍‌ ପ୍ରସ୍ତୁତ ହେଉଛି । ଚଳିତ ବର୍ଷ ବାଲିଯାତ୍ରାରେ ପାଖାପାଖି ୮୦ ଲକ୍ଷ ଲୋକଙ୍କ ସମାଗମ ହେବାର ସମ୍ଭାବନା ରହିଛି ।

ଗତବର୍ଷଠାରୁ ବାଲିଯାତ୍ରାର ନୂଆ ଆକର୍ଷଣ ପାଲଟିଥିବା କଟକ-ଇନ୍‌-କଟକ ଏଥର ଗାଁରେ ବଦଳିବାକୁ ଯାଉଛି । କଟକ ଇନ୍‌ କଟକରେ ଗ୍ରାମାଞ୍ଚଳର ପରିବେଶ ସୃଷ୍ଟି କରାଯାଇଛି । ଯେଉଁଠି ଗ୍ରାମୀଣ ଓଡ଼ିଶାର ସାମାଜିକ ଓ ସାଂସ୍କୃତିକ ପରିବେଶ ଦେଖିବାକୁ ମିଳିବ । ସେହିପରି ପ୍ରଥମ ଥର ପାଇଁ ବାଲିଯାତ୍ରାରେ ସାମିଲ ହେଉଛି ଚେନ୍ନାଇରୁ ଆସିଥିବା ୨ ଶହ ଫୁଟ୍‌ର ଟନେଲ୍‌ ଆକ୍ୱାରିମ୍‌ । ପୂର୍ବପରି ଏଥର ମଧ୍ୟ ସବୁ ସଂଧ୍ୟାରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଶେଷ ହୋଇଛି ।

Exit mobile version