Site icon ଆଜିକାଲି

ବାଲେଷ୍ଟିକ୍‌ ମିସାଇଲ ‘ପ୍ରଳୟ’ର ଉତ୍‌କ୍ଷେପଣ

ବାଲେଶ୍ବର: ବାଲେଶ୍ୱର ଜିଲା ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ଉତ୍‌କ୍ଷେପଣ ହେଲା ବାଲେଷ୍ଟିକ୍‌ ମିସାଇଲ ‘ପ୍ରଳୟ’ । ଅବଦୁଲ କଲାମ ଦ୍ୱୀପରୁ ମଙ୍ଗଳବାର ପୂର୍ବାହ୍ନ ୯ଟା ୫୦ ମିନିଟ ସମୟରେ ଏହାର ପରୀକ୍ଷଣ କରାଯାଇଛି ।

ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହୋଇ ପାରୁଥିବା ବିଧ୍ୱଂସକାରୀ କ୍ଷେପଣାସ୍ତ୍ର ହେଉଛି ‘ପ୍ରଳୟ’ । କ୍ଷେପଣାସ୍ତ୍ରର ଫଳାଫଳ ନେଇ ସମୀକ୍ଷା ଚାଲିଛି । ଏହାର ଲକ୍ଷ୍ୟଭେଦ କ୍ଷମତା ୩୫୦ରୁ ୫୦୦ କିମି ମଧ୍ୟରେ ରହିଛି । ସେହିପରି ଏଥିରେ ୩୫୯ରୁ ୭୦୦ କେଜି ପର୍ଯ୍ୟନ୍ତ ଉଭୟ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ । ‘ପ୍ରଳୟ’ର ଓଜନ ୫ ଟନ୍‌ ହୋଇଥିବାବେଳେ ଏହା ୮୦୦ କେଜି ପର୍ଯ୍ୟନ୍ତ ଉଭୟ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି ।

Exit mobile version