Site icon ଆଜିକାଲି

ବାହାନଗାରେ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ

ବାଲେଶ୍ୱର : ବାଲେଶ୍ୱର ଜିଲା ବାହାନଗାରେ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ । ଟ୍ରାକ ମରାମତି ପରେ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ । ବାହାନଗା ରେଳ ଦୁର୍ଘଟଣା ସ୍ଥଳ ଦେଇ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ ।

ଖବର ଅନୁଯାୟୀ, ଶୁକ୍ରବାର ଦିନ ବାହାନଗା ଷ୍ଟେସନରେ ତିନୋଟି ଟ୍ରେନ୍‌ ମଧ୍ୟରେ ଦୁର୍ଘଟଣା ଘଟିଥିଲା । ଯାହାଫଳରେ ଉକ୍ତ ଟ୍ରାକଟି ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଥିଲା । ହେଲେ ଦୀର୍ଘ ୫୧ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ସୁଧୁରୁଛି ବାହାନଗା ପରିସ୍ଥିତି । ରବିବାର ରାତିରେ ପ୍ରଥମ ଏକ ମାଲବାହୀ ଗାଡିକୁ ପରୀକ୍ଷାମୂଳକ ଭାବେ ଗଡିଥିଲା । ସୋମବାର ଦିନ ତିନୋଟି ଟ୍ରେନ୍‌ ବାହାନଗା ଷ୍ଟେସନ ଦେଇ ଯାଇଛି । ଆଉ ଏବେ ଏହି ଟ୍ରାକରେ ଗଡିଛି ବନ୍ଦେ ଭାରତ ଏକ୍ସପ୍ରେସ୍ । ଘଣ୍ଟା ପ୍ରତି ୧୫/୨୦ କିମି ବେଗରେ ମନ୍ଥର ଗତିରେ ଗଡ଼ିଲା ଟ୍ରେନ୍‌ । ହାୱଡ଼ାରୁ ପୁରୀ ଅଭିମୁଖେ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ ।

Exit mobile version