Site icon ଆଜିକାଲି

ଅଟକିଲା ବାଙ୍ଗିରିପୋଷି-ଭୁବନେଶ୍ୱର ଟ୍ରେନ୍‌

ବାରିପଦା : ଲଘୁଚାପର ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା । ଗତ ଶୁକ୍ରବାର ରାତିରେ ପ୍ରବଳ ବର୍ଷା ପବନ ଯୋଗୁଁ ବାରିପଦା ଷ୍ଟେସନ ଠାରେ ଏକ ଗଛ ପଡିଯିବାରୁ ଇଲେକ୍ଟ୍ରିକ ତାର ଛିଣ୍ଡି ଯାଇଥିଲା । ଫଳରେ ଶନିବାର ସକାଳୁ ବାଙ୍ଗିରିପୋଷିରୁ ଭୁବନେଶ୍ୱର ଯାଉଥିବା ଟ୍ରେନ ଅଟକି ରହିଥିଲା । ଘଟଣା ସ୍ଥଳରେ ରେଲୱେ ବିଭାଗ ପହଞ୍ଚି ମରାମତି କାର୍ଯ୍ୟ ଜାରି ରଖିଛନ୍ତି । ଟ୍ରେନ ବିଳମ୍ବ ଚାଲିବା ନେଇ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Exit mobile version