Site icon ଆଜିକାଲି

କଏନ୍ ନେବାକୁ ମନା କରିପାରିବେ ନାହିଁ ବ୍ୟାଙ୍କ: ଆରବିଆଇ ଆଞ୍ଚଳିକ ନିର୍ଦ୍ଦେଶକ

ଭୁବନେଶ୍ୱର – ରାଜ୍ୟର କୌଣସି ବ୍ୟାଙ୍କ କଏନ ନେବା ପାଇଁ ମନା କରିପାରିବେ ନାହିଁ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଆଞ୍ଚଳିକ ନିର୍ଦ୍ଦେଶକ ସାରଦା ପ୍ରସନ୍ନ ମହାନ୍ତି ଏହା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟର ୩୧୪ ବ୍ଲକରେ କଏନ ଏକ୍ସଚେଞ୍ଜ କାର୍ଯ୍ୟକ୍ରମ ଆୟୋଜିତ ହେବ । ବିଭିନ୍ନ ବ୍ୟାଙ୍କ ଜରିଆରେ ଡିସେମ୍ବରରୁ ଆରମ୍ଭ ହେବ ଏହି କଏନ ଏକ୍ସଚେଞ୍ଜ କାର୍ଯ୍ୟକ୍ରମ। ଏଥିରେ ଲୋକମାନେ କଏନ ସହ ମଇଳା ଓ ଚିରାଫଟା ନୋଟ୍ ବି ବଦଳାଇ ପାରିବେ ବୋଲି ଆରବିଆଇ ଆଞ୍ଚଳିକ ନିର୍ଦ୍ଦେଶକ କହିଛନ୍ତି। ସେ କହିଛନ୍ତି ଯେ, ଏବେ ବଜାରରେ ପ୍ରଚଳନ ଥିବା ୫୦ ପଇସା ଠାରୁ ୨୦ ଟଙ୍କିଆ କଏନ ଯାଏଁ ସବୁ ଚାଲୁଛି । ଏନେଇ ଅଧିକ ସଚେତନତା ଦରକାର। କୌଣସି ଗୁଜବରେ ବିଶ୍ୱାସ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ବ୍ୟାଙ୍କରେ ମଧ୍ୟ ଲୋକମାନେ ସେମାନଙ୍କ ପାଖରେ ଥିବା କଏନ ଜମା କରିପାରିବେ। ବ୍ୟାଙ୍କ କଏନ ନେବାକୁ ମନା କରିପାରିବ ନାହିଁ। ଯଦି ବ୍ୟାଙ୍କ କଏନ ନେବାକୁ ମନା କଲେ, ଲୋକେ ଆରବିଆଇ ଆଞ୍ଚଳିକ କାର୍ଯ୍ୟାଳୟରେ ଥିବା ବ୍ୟାଙ୍କିଙ୍ଗ ଲୋକପାଳରେ ଅଭିଯୋଗ କରିପାରିବେ। ଏହାପରେ ସଂପୃକ୍ତ ବ୍ୟାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆରବିଆଇ ଆଞ୍ଚଳିକ ନିର୍ଦ୍ଦେଶକ କହିଛନ୍ତି।

Exit mobile version