Site icon ଆଜିକାଲି

ଜାନୁଆରୀ ୩ରୁ ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

ବରଗଡ଼଼: ଜାନୁଆରୀ ୩ରୁ ବରଗଡ଼ ଧନୁଯାତ୍ରା । ୭୭ ତମ ବରଗଡ ଧନୁଯାତ୍ରା ମହୋତ୍ସବ ଆସନ୍ତା ଜାନୁୟାରୀ ୩ରୁ ଆରମ୍ଭ ହୋଇ ପୌଷ ପୂର୍ଣ୍ଣମୀ ୧୩ ରେ ସମାପ୍ତ ହେବ। ଏ ନେଇ ଜିଲାପାଳ ତଥା ଧନୁଯାତ୍ରା ମହୋତ୍ସବ କମିଟିର ସଭାପତି ଆଦିତ୍ୟ ଗୋୟଲଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଅତିରିକ୍ତ ଜିଲାପାଳ ମହେନ୍ଦ୍ର ମହାପାତ୍ର, ଉପଜିଲାପାଳ ପ୍ରସନ୍ନ ପାଣ୍ଡେ, ପୌରାଧ୍ୟକ୍ଷା କଳ୍ପନା ମାଝି, ଧନୁଯାତ୍ରା କମିଟିର କାର୍ଯ୍ୟକାରିଣୀ ସଦସ୍ୟ ଉପସ୍ଥିତ ଥିଲେ।

ଧନୁଯାତ୍ରା ମହୋତ୍ସବ ସମିତିର ବିଭିନ୍ନ କମିଟିର କର୍ମକର୍ତ୍ତାମାନେ ଗତ ବର୍ଷର ବଜେଟ କହିବା ସହ ଖର୍ଚ୍ଚ ସଂପର୍କରେ ସୂଚନା ଦେଇଥିଲେ । ଏହାସହ ଯେଉଁ କମିଟି ଅତିରିକ୍ତ ଖର୍ଚ୍ଚ କରି ପାଉଣା ପାଇ ନାହାନ୍ତି ତାହା ମଧ୍ୟ ଦୃଷ୍ଟି ଆକର୍ଷଣ କରିଥିଲେ । ସେହିପରି ପାରମ୍ପରିକ ଢଙ୍ଗରେ ଆସନ୍ତା ଧନୁଯାତ୍ରା କେମିତି ଭଲରେ ହେବ ସେ ଉପରେ ଆଲୋଚନା କରାଯାଇଥିଲା । କିଛି ସଦସ୍ୟ ଆୟବ୍ୟୟକୁ ନେଇ ପ୍ରଶ୍ନ ଉଠାଇଥିବା ବେଳେ ଜିଲ୍ଲାପାଳ ଏକ ସ୍କୃଟିନି ତଥା ଟେକନିକାଲ କମିଟି ଗଠନ କରି ସବୁର ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ପ୍ରଥମ ବୈଠକ ହୋଇଥିବା ବେଳେ ବିଶେଷ କରି ଆୟବ୍ୟୟ ଉପରେ ହିଁ ଅଧିକ ଆଲୋଚନା ହୋଇଥିଲା । କମିଟିରେ ନୂତନ ସଦସ୍ୟମାନଙ୍କୁ ଯୋଡିବା ସହ କମିଟି ଅନୁସାରେ ଦକ୍ଷତାକୁ ଦେଖି ସଦସ୍ୟ ଭାବରେ ନିଆଯାଉ ବୋଲି ବୈଠକରେ କିଛି ସଦସ୍ୟ ମତ ରଖିଥିଲେ । ବରଗଡର ସମସ୍ତ ବର୍ଗଙ୍କୁ କିଭଳି ଯୋଡାଇଯାଇପାରିବ ସେ ଦିଗରେ ପଦକ୍ଷେପ ନିଆଯିବାକୁ ସଦସ୍ୟଗଣ ପ୍ରସ୍ତାବ ଦେଇଥିଲେ । ପରବର୍ତ୍ତି ବୈଠକରେ ଧନୁଯାତ୍ରାର ସବିଶେଷ ପ୍ରସ୍ତୁତି ପୁଣି ଆଲୋଚନା କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା ।

Exit mobile version