Site icon ଆଜିକାଲି

ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା, ଦେଢ଼ କୋଟିରୁ ଅଧିକ ଟଙ୍କାରେ ନିଲାମ ହେଲା ମୀନାବଜାର

ବରଗଡ଼ : ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଆଉ କିଛି ଦିନ ରହିଛି । ଏନେଇ ଯାତ୍ରା କମିଟି ସମେତ ସମସ୍ତ କମିଟି ଉପକମିଟି ପକ୍ଷରୁ ଯୋରଦାର ପ୍ରସ୍ତୁତି କରାଯାଉଛି । ସେହିକ୍ରମରେ ଜମି ଆବଂଟନ କମିଟି ତରଫରୁ ମୀନାବଜାର ପାଇଁ ଟେଣ୍ଡର ପ୍ରକ୍ରିୟା ଚୂଡ଼ାନ୍ତ ହୋଇଛି । ଏଥିପାଇଁ ଜର୍ଜ ହାଇସ୍କୁଲ ପଡ଼ିଆ ୧ କୋଟି ୬୭ ଲକ୍ଷ ୨୬ ହଜାର ୭୭୩ ଟଙ୍କାରେ ନିଲାମ କରାଯାଇଛି । ଆବଣ୍ଟନ କମିଟିର ଆବାହକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗତକାଲି ବିଳମ୍ବିତ ରାତିରେ ଟେଣ୍ଡର ପ୍ରକ୍ରିୟାକୁ ସମ୍ପାଦନ କରାଯାଇଥିବା ବେଳେ ୬ ଜଣ ଆବେଦକ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ମୀନାବଜାର ପଡ଼ିଆ ଭିତରେ ରହୁଥିବା ଫୁଡ଼ ଫେଷ୍ଟକୁ ସୁଶାନ୍ତ ସାହୁ ୧୭,୫୨୦୦୦ । ଏସବିଆଇ ଗଳି କୋଣକୁ ରହିବାକୁଥିବା ଛୋଟ ଦୋକାନ ଗୁଡ଼ିକୁ ମଣ୍ଡଳ ବାଗ ୨୫,୦୦୬୪୬ । ଫୁଟପାଥ ଦୋକାନ ଗୁଡ଼ିକୁ ସୁନୀଲ ପଣ୍ଡା ୫,୪୨୮୦୦ । ଶେଖ ନଜିମୁଦ୍ଦିନ ଓ ଏମଡ଼ି ବବଲୁ ଝୁଲା , ଠେଲା ଟ୍ରେଡ଼ଫେୟାର ପାଇଛନ୍ତି ତନ୍ମଧ୍ୟରୁ ମହାରାଜା ଗଳି ପଟର ଝୁଲା ୨୬,୦୦୫୩୨ । ଖଜୁରଟିକ୍ରା ପଟର ଝୁଲା ୨୧,୭୧୭୮୬ ଟଙ୍କା , ଠେଲା ୭,୮୧୭୮୬ ଟଙ୍କା ଓ ଟ୍ରେଡ଼ଫେୟାର ୩୭୫୧୭୮୬ ଟଙ୍କାରେ ନଜିମୁଦ୍ଦୀନ ଓ ବବଲୁଙ୍କୁ ମିଳିଛି । ସେହିଭଳି ଶେଖ ସରୱର ମୀନାବଜାରକୁ ୨୬ ଲକ୍ଷ ଓ ପାକିଂ ପାଇଁ ଚନ୍ଦନ ମହାପାତ୍ର ୨୫,୪୩୭ ଟଙ୍କାରେ ସୁରେନ୍ଦ୍ର ସାଏଙ୍କ ପୁରୁଣା ଷ୍ଟାଚ୍ୟୁ ସ୍ଥାନକୁ ନେଇଥିବା ଜମି ଆବଣ୍ଟନ କମିଟି ସୂତ୍ରରୁ ସ୍ପଷ୍ଟହୋଇଛି । ତେବେ ସାଇକେଲ ବାଇକ / କାର ଷ୍ଟାଣ୍ଡ ପାଇଁ ନିଲାମ ଡ଼କାଯାଇଥିଲେବି କେହି ନେଇନଥିବାରୁ ସେଥିପାଇଁ ଆଉଥରେ ଟେଣ୍ଡର ଆହ୍ବାନ କରାଯିବ ବୋଲି ଉପଜିଲ୍ଲାପାଳ ଲଲାଟ କୁମାର ଲୁହାର ଜଣାଇଛନ୍ତି ।

ସୂଚନା ଯେ, ଜମି ଆବଂଟନ କମିଟି ତରଫରୁ ଟେଣ୍ଡର ଆହ୍ବାନ କରାଯିବା ପରେ ୨୮ଟି ଫର୍ମ ବିକ୍ରି ହୋଇଥିଲା ବେଳେ ୧୯ ଜଣ ଆବେଦନ କରିଥିଲେ ଏବଂ ଜଣ ନିଲାମଧାରୀଙ୍କୁ ଠିକା ଦିଆଯାଇଥିଲା ତେବେ ଠିକାରେ ପାଇଥିବା ବ୍ୟକ୍ତିମାନେ ହାକିଥିବା ଅର୍ଥ ଧନୁଯାତ୍ରା ମହୋବ କମିଟିର ପାଣ୍ଠିରେ ଜମା କରିସାରିଥିବା ଜଣାପଡ଼ିଛି l

Exit mobile version