Site icon ଆଜିକାଲି

ବାରିପଦା : ଦୁଇଟି ସ୍ଥାନରେ ସଡ଼କ ଦୁର୍ଘଟଣା, ୩ ଆହତ

ବାରିପଦା : ବାରିପଦା ମଞ୍ଚାବନ୍ଧା ଅଞ୍ଚଳରେ ସଡ଼କ ଦୁର୍ଘଟଣା । ବସ୍‌-ଟ୍ରକ ମୁହାଁମୁହିଁ ଧକ୍କା ହେବା ପରେ ରାସ୍ତାକଡ଼କୁ ଓଲଟିଲା ଟ୍ରକ । ଦୁର୍ଘଟଣାରେ ଟ୍ରକ ଡ୍ରାଇଭର ଆହତ ହୋଇଥିବା ବେଳେ ବସ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଆହତ ଟ୍ରକ ଡ୍ରାଇଭର ଉତ୍ତର ପ୍ରଦେଶ ଅଞ୍ଚଳର ସୁଜିତ ମୋହରିଆ ବୋଲି ଜଣାପଡିଛି ।

ସେପଟେ ସେହି ରାସ୍ତାର ଟିକିଏ ଆଗକୁ ଗୋଟିଏ ପାସେଞ୍ଜର ଅଟୋ ଭାରସମୟ ହରାଇ ଓଲଟି ପଡିଥିଲା। ଏଥିରେ ଅଟୋ ଡ୍ରାଇଭର ଓ ଜଣେ ମହିଳା ପାସେଞ୍ଜର ସାମାନ୍ୟ ଆହତ ହୋଇଥିଲେ। ଏହି ଦୁର୍ଘଟଣାରେ ଆହତ ହୋଇଥିବା ସମସ୍ତଙ୍କୁ ଉଦ୍ଧାର କରାଯାଏ ବାରିପଦା ପିଆରଏମ୍‌ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିବାର ସୂଚନା ମିଳିଛି।

Exit mobile version