Site icon ଆଜିକାଲି

ବରପାଲି ଶୀତଳ ଷଷ୍ଠୀ ଯାତ୍ରା, କାରିଗରଙ୍କ ଶେଷ ସ୍ପର୍ଶ, ୨୦ରୁ ଶୁଭାରମ୍ଭ

ବରଗଡ଼: ବରଗଡ଼ ଜିଲ୍ଲା ବରପାଲିର ମହାନ ପୌରାଣିକ ଶୀତଳ ଷଷ୍ଠୀ ଯାତ୍ରା ୨୦ ତାରିଖ ହେବ । ଏହାକୁ ନେଇ କମିଟି ପକ୍ଷରୁ ଜୋରସୋରରେ ପ୍ରସ୍ତୁତି କରାଯାଇଛି । ମହୋତ୍ସବରେ ବିଭିନ୍ନ କାରିଗର ନିଜର ଶେଷ ସ୍ପର୍ଶ ଦେବାରେ ଲାଗି ପଡିଛନ୍ତି ।

ରୁଦ୍ରଜ୍ୟୋତି ନାମରେ ପ୍ରକାଶିତ ଶୀତଳ ଷଷ୍ଠୀର ସ୍ମରଣିକା ପୁସ୍ତକକୁ ବରିଷ୍ଠ ସମ୍ପାଦକ ମଣ୍ତଳୀଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ବହୁ ବରିଷ୍ଠ ଏବଂ ବିଶିଷ୍ଟ ଲେଖକଙ୍କ ଲେଖାଗୁଡିକୁ ଦୀର୍ଘ ଗୋଟିଏ ମାସ ପୂର୍ବରୁ ସଂଗ୍ରହ କରିବା ସହ ତାକୁ ସଂଶୋଧନ କରି କିପରି ଠିକ ଭାବେ ମୁଦ୍ରଣ ହୋଇ ଲୋକଙ୍କ ରୁଦ୍ଧିମନ୍ତ କରିବା ସେନେଇ ପ୍ରୟାସ ଜାରି ରଖିଛନ୍ତି । ସ୍ମରଣିକା କମିଟି ଆବାହକ ତଥା ଅଧ୍ୟାପକ ଅରୁଣ ପଣ୍ଡାଙ୍କ ତତ୍ବାବଧାନରେ ଡ଼ ଶୁକମୁନି ମେହେର, ଅଶୋକ ପଣ୍ଡା, ସୁଧୀର ଗଡ଼ତିଆ, ଧର୍ମେନ୍ଦ୍ର ପୂଜାରୀ, ବିଭୁଦତ୍ତ ପଧାନ କାର୍ଯ୍ୟ ସମ୍ପାଦନ କରୁଛନ୍ତି ।

ଅନ୍ୟପଟେ ବିଭିନ୍ନ ମେଢ଼ ପାଇଁ ପରଭା କାମ ଭଣ୍ଡାର ଗୃହ ନିକଟ ସମଲେଶ୍ୱରୀ ଏମଇ ସ୍କୁଲରେ କରାଯାଉଛି । ଏଠାରେ ମୁଖ୍ୟତଃ ବଡ଼ ପରଭା, ବିବାହ ପରଭା ଓ ଭୈରବ୍ ପରଭା କାମ ଚାଲିଛି । ଅତି ସୁନ୍ଦର ଓ ମନଲୋଭା କିପରି ଦେଖାଯିବ ସେନେଇ ତାମଡା, ଲେସ ଓ ଥର୍ମାକୋଲରେ ତିଆରି କରାଯାଉଛି । ଏଥିରେ ନବୀନ ସାହୁ, ପ୍ରଦୀପ ସାହୁ, ଅଜିତ ସାହୁ, ରବୀନ୍ଦ୍ର ସାହୁ, ସନ୍ତୋଷ ସାହୁ, ବିଦ୍ୟା ରାୟ, ମନୋଜ ବେରିହାଙ୍କ ସହ ବହୁ ପରଭା କାରିଗର ନିଜର କଳା ପ୍ରଦର୍ଶନ କରିଛନ୍ତି ।

ସେହିପରି ପାର୍ଶ୍ୱ ଦେବାଦେବୀଙ୍କ ପ୍ରତିମା ପାଇଁ ନିମାଇଁ ମେହେର ରଙ୍ଗ ବୋଲି ଜୀବନ୍ତ ରୂପ ଦେବାକୁ ପ୍ରୟତ୍ନ କରୁଛନ୍ତି ।
ଅନ୍ୟପଟେ କଳାକୁଞ୍ଜ ପାଇଁ ବିଭିନ୍ନ ପ୍ରକାରର ମୂର୍ତ୍ତି ନିର୍ମାଣ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି ମୂର୍ତ୍ତି କାରିଗର ତଥା ରଣା ପରିବାରର ମୁଖ୍ୟ ଶଙ୍କର ରଣା, ମହେନ୍ଦ୍ର ରଣା, ପିଙ୍କୁ ରଣା ।ଏଥର ରାବଣ ତାଣ୍ଡବ ମନ୍ତ୍ର, ଶିବ ବରାତ, ମାର୍କଣ୍ଡେୟ ମୂର୍ତ୍ତି, ଦକ୍ଷ ଯଜ୍ଞ ବିଷୟ ଉପରେ ମୂର୍ତ୍ତି ତିଆରି କରୁଛନ୍ତି । ଶୀତଳ ଷଷ୍ଠୀ ମହୋତ୍ସବରେ ଅନ୍ୟ ଏକ ପ୍ରକାର ସୌନ୍ଦର୍ଯ୍ୟ ବୃଦ୍ଧି ପାଇବ ବୋଲି ଶ୍ରୀ ରଣା ମତ ପୋଷଣ କରିଛନ୍ତି ।

Exit mobile version