Site icon ଆଜିକାଲି

କଟକ ଏସଡିଜେଏମ ଅଦାଲତରେ ଅନୁଭବ ଓ ବର୍ଷା

କଟକ : କଟକ ଏସଡିଜେଏମ ଅଦାଲତରେ ସାଂସଦ ତଥା ଅଭିନେତା ଅନୁଭବ ଓ ପତ୍ନୀ ବର୍ଷା। ବର୍ଷା ଦାୟର କରିଥିବା ଘରୋଇ ହିଂସା ମାମଲାରେ ଉଭୟ ହାଜର ହୋଇଛନ୍ତି। ଉଭୟଙ୍କ ମଧ୍ୟରେ କନସିଲେସନ ହୋଇଛି । ନିଜେ କଟକ ଏସଡିଜେଏମ କାଉନସେଲିଂ କରିଛନ୍ତି।

କନସିଲେସନ ପାଇଁ ଡକାଇଥିଲେ ଏସଡିଜେଏମ କୋର୍ଟ। ଗତ ୨୨ ତାରିଖରେ ବିବାହ ବିଚ୍ଛେଦ ପାଇଁ ଅନୁଭବ ମହାନ୍ତିଙ୍କ ଆବେଦନକୁ ଖାରଜ କରିଦେଇଥିଲେ କଟକ ପରିବାର ଅଦାଲତ । ଅନୁଭବଙ୍କ ସହ ପୁଣି ଏକାଠି ରହିବା ପାଇଁ ବର୍ଷା ପ୍ରିୟଦର୍ଶିନୀ କରିଥିବା ଆବେଦନକୁ ମଧ୍ୟ ଅଦାଲତ ଅଗ୍ରାହ୍ୟ କରିଦେଇଥିଲେ । ମନ୍ଦ ଉଦ୍ଦେଶ୍ୟ ରଖି ବିବାହ ବିଛେଦ ପାଇଁ ଉଦ୍ୟମ କଲେ ଆଇନ ଏଥିପାଇଁ ଅନୁମତି ଦେବ ନାହିଁ ବୋଲି ମାମଲାର ରାୟ ପ୍ରକାଶ କରି ପରିବାର ଅଦାଲତ କହିଛନ୍ତି।

Exit mobile version