Site icon ଆଜିକାଲି

ପୋଖରୀରେ ଗାଧୋଇବା ହେଲା କାଳ, ୨ ଶିଶୁ ମୃତ

ନୂଆପଡ଼ା : ଗାଧୋଇବା ବେଳେ ଅଘଟଣ । ପୋଖରୀରେ ବୁଡି ୨ ଶିଶୁ ମୃତ । ସିନାପାଲି ଥାନା ମଖାପଦର ପଞ୍ଚାୟତ ଚଉରା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଦୁଇ ମୃତକ ଶିଶୁ ହେଲେ ପୂର୍ଣ୍ଣାନନ୍ଦ ବନ୍ଦିଛୋରଙ୍କ ପୁଅ ବୃଷଭ ଓ ସନ୍ତୋଷ ବନ୍ଦିଛୋରଙ୍କ ପୁଅ ଅମିତ ।

ସୂଚନା ଯେ, ଉଭୟେ ଗାଁ ପୋଖରୀକୁ ଯାଇ ଗାଧୋଉଥିଲେ । ହେଲେ ଅସାବଧାନତା କାରଣରୁ ଦୁଇ ଜଣ ବୁଡି ଯାଇଥିଲେ । ଦୀର୍ଘ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକେ ବହୁତ ଖୋଜାଖୋଜି କରିଥିଲେ । କିଛି ସମୟ ପରେ ପୋଖରୀରେ ଦୁଇ ଜଣଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା । ସଙ୍ଗେ ସଙ୍ଗେ ସିନାପାଲି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Exit mobile version