Site icon ଆଜିକାଲି

ଜନବସତି ମୁହାଁ ଭାଲୁ, ଲୋକେ ଆତଙ୍କିତ

କେନ୍ଦୁଝର, କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ରେ ଭାଲୁ ଆତଙ୍କ ଦେଖିବାକୁ ମିଳିଛି । ଗୋବର୍ଦ୍ଧନ ଅଞ୍ଚଳରେ ଗତକାଲି ରାତିରେ ଏକ ମାଇଁ ଓ ଅଣ୍ଡିରା ଉଭୟ ଦୁଇଟି ଭାଲୁ ଖାଦ୍ୟ ଅନ୍ବେଷଣରେ ଘୁରି ବୁଲୁଥିଲେ । ତେବେ ଉଭୟ ଭାଲୁ ବିଛେଦ ହେବା ପରେ ଏକ ଭାଲୁ ପଦ୍ମପୁର ଜନବସତି ମୁହାଁ ହୋଇଥିଲା ।ଫଳରେ ଲୋକମାନେ ଭୟଭିତ ହୋଇଯାଇଥିଲେ ।

ଗୋବର୍ଦ୍ଧନ କାଜୁ ଜଙ୍ଗଲରୁ ଯୋଗୀମଠ ବିଲ ଦେଇ ବନାଯାେଡି ଛକ ନିକଟସ୍ଥ ନର୍ସରୀ ରେ ପ୍ରବେଶ କରିଛି ଏହି ଭାଲୁ ଭାଲୁ । ଭାଲୁଟିକୁ ଦେଖିବାପାଇଁ ପଦ୍ମପୁର ଆଖପାଖ ଅଞ୍ଚଳର ବହୁ ଲୋକ ଗହଳି କରିଥିଲେ । ମାତ୍ର ଭାଲୁ ଭୟରେ ଯୋଗୀମଠ ନର୍ସରୀ ଭିତରେ ଥିବା ଲଟାବୁଦାରେ ରହିଯାଇଥିଲା । ଖବର ପାଇ ପଳାସପଙ୍ଗା ଫରେଷ୍ଟର କୃଷ୍ଣଚନ୍ଦ୍ର ଦାସ,ପଦ୍ମପୁର ମେଗାନର୍ସରୀ ଫରେଷ୍ଟର ଜ୍ୟୋସ୍ନାରାଣୀ ବେହେରା ସମେତ କେନ୍ଦୁଝର ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କ ସୁରକ୍ଷା ପାଇଁ ଡାକବାଜି ଯନ୍ତ୍ରରେ ସତର୍କ ସୂଚନା ଦେବା ସହିତ ଭାଲୁକୁ ଘୋଉଡାଇବାକୁ ଉଦ୍ୟମ ଜାରି ରହିଛି ।

Exit mobile version