Site icon ଆଜିକାଲି

ରୋଗୀ ମୃତ୍ୟୁକୁ ନେଇ ଡାକ୍ତରଙ୍କୁ ମାଡ଼, ଥାନାରେ ଏତଲା

ଟିଟିଲାଗଡ଼ : ଟିଟିଲାଗଡ ଉପଖଣ୍ଡ ଡାକ୍ତରଖାନାରେ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଛି। ରୋଗୀ ମୂତ୍ୟୁକୁ ନେଇ ଡାକ୍ତର କୃଷ୍ଣଚନ୍ଦ୍ର ପାଲଙ୍କୁ ମରଣାନ୍ତକ ଆକ୍ରମଣର ଅଭିଯୋଗ।

ଖବର ଅନୁଯାୟୀ, ମଙ୍ଗଳବାର ରାତିରେ ଟିଟିଲାଗଡ଼ ସ୍ବାଧିନପଡାର ଜଣେ ରୋଗୀଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ହେଲେ ସେଠାରେ ତାଙ୍କର ମୂତ୍ୟୁ ହୋଇଥିଲା। ଚିକିତ୍ସା ଅଭାବରୁ ମୁତ୍ୟୁ ହୋଇଥିବା ଅଭିଯୋଗରେ ରୋଗୀଙ୍କ ପରିବାର ଲୋକେ ଡ୍ଯୁଟିରେ ଥିବା ଡାକ୍ତର କୃଷ୍ଣଚନ୍ଦ୍ର ପାଲଙ୍କୁ ମାଡ ମାରିଥିଲେ। ଏନେଇ ଟିଟିଲାଗଡ଼ ଥାନାରେ ମାମଲା ଦାୟର ହୋଇଛି। ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତ ମୁରାରୀ ମିଶ୍ରକୁ ଅଟକ ରଖିଛି ଟିଟିଲାଗଡ଼ ପୋଲିସ।

Exit mobile version