Site icon ଆଜିକାଲି

ଶ୍ରୀମନ୍ଦିରରେ ପୋଲିସକୁ ମାଡ ମାରି ମୁଣ୍ଡ ଫଟାଇଦେଲେ ବଙ୍ଗୀୟ ପର୍ଯ୍ୟଟକ, ଥାନାରେ ମାମଲା

ପୁରୀ : ଶ୍ରୀମନ୍ଦିରରେ ପୋଲିସ କର୍ମଚାରୀଙ୍କୁ ଜଣେ ବଙ୍ଗୀୟ ପର୍ଯ୍ୟଟକ ଶନିବାର ମାଡ ମାରିଛନ୍ତି । ଜଣେ ଜେଟିପିଙ୍କୁ ପର୍ଯ୍ୟଟକ ମାଡ ମାରି ତାଙ୍କ ମୁଣ୍ଡ ଫଟାଇ ଦେଇଛନ୍ତି । ଘଣ୍ଟିଦ୍ୱାର ନିକଟରେ ପ୍ରବେଶକୁ ନେଇ ବଚସା ପରେ ପିଟିଛନ୍ତି । ମାଡରେ ଜେଟିପି ଗୁପ୍ତେଶ୍ୱର ରାଉତରାୟଙ୍କ ମୁଣ୍ଡ ଫାଟିବାରୁ ସେ ଆହତ ହୋଇଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଛି । ସିଂହଦ୍ୱାର ଥାନାରେ ଏତଲା ଦେଇଛନ୍ତି ଜେଟିପି ଓ ବଙ୍ଗୀୟ ପର୍ଯ୍ୟଟକ । ପର୍ଯ୍ୟଟକଙ୍କୁ ଜେଟିପି ଦୁର୍ବ୍ୟବହାର କରିଥିବା ସେ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।

Exit mobile version