Site icon ଆଜିକାଲି

ଦୂର୍ଗା ମନ୍ଦିର କମିଟିର ମା ଭବାନୀ କଲ୍ୟାଣ ମଣ୍ଡପ ଉଦଘାଟିତ

କେନ୍ଦୁଝର, ଆଜି କେନ୍ଦୁଝର ଦୁର୍ଗା ବଜାର ସ୍ଥିତ ଦୂର୍ଗା ମନ୍ଦିର କମିଟି ଦ୍ୱାରା ମା’ ଭବାନୀ କଲ୍ୟାଣ ମଣ୍ଡପ ଉଦଘାଟିତ ହୋଇଯାଇଛି । ଉଦଘାଟିନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ପୌର ଅଧ୍ୟକ୍ଷା ନୀକୁ ସାହୁ, ସମ୍ମାନିତ ଅତିଥି ଭାବେ ପୌର ଉପାଧ୍ୟକ୍ଷ ବରଦା ପ୍ରସନ୍ନ ଦାସ ତଥା ବିଭିନ୍ନ ୱାର୍ଡର କିଛି କାଉନସିଲର ମାନେ ମଧ୍ୟ ଉପସ୍ଥିତ ଥିଲେ । ମନ୍ଦିର କମିଟିର ସଭାପତି ସୋମନାଥ ଚାଉଡା ଙ୍କ ନେତୃତ୍ୱରେ ତଥା ଉପସଭାପତି ଶ୍ରୀଯୁକ୍ତ ରବିନାରାୟଣ ନନ୍ଦ, ସମ୍ପାଦକ କୃଷ୍ଣ ଚନ୍ଦ୍ର ମହାନ୍ତି, ଯୁଗ୍ମ ସମ୍ପାଦକ ସୁରତଚନ୍ଦ୍ର ଷଡଙ୍ଗୀ, କୋଷାଧ୍ୟକ୍ଷ ପ୍ରଦୀପ କୁମାର ସାମଲ , ମୁଖ୍ୟ ପୁରାଧା କ୍ଷୀରୋଦ ଚନ୍ଦ୍ର ରାଉତ ଙ୍କ ସହଯୋଗ ରେ ସୁବ୍ୟବସ୍ଥିତ ଭାବେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ହୋମ ଯଜ୍ଞ ପରେ ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା । ଦୁର୍ଗା ବାରିକ, ଶିବ ପ୍ରସାଦ ବାରିକ, ତାପସ ରଞ୍ଜନ ଦୋଳବେହେରା, ଅଲେଖ ରଞ୍ଜନ ସିଂ, ଭାବେଶ ରାଠୋର, ସୁନୀଲ କୁମାର ନାୟକ, ରାଜୀବ ୟାଦବ ପ୍ରମୁଖ ସହଯୋଗ କରିଥିଲେ ।

Exit mobile version