Site icon ଆଜିକାଲି

ବାହାନଗା ଟ୍ରେନ ଦୁର୍ଘଟଣା ପ୍ରସଙ୍ଗ, ଆଉ ଜଣଙ୍କର ମୃତ୍ୟୁ

କଟକ : ବାହାନଗା ଟ୍ରେନ ଦୁର୍ଘଟଣା ପ୍ରସଙ୍ଗ । ଚିକିତ୍ସାଧୀନ ଅବସ୍ଥାରେ କଟକ ଏସସିବିରେ ଆଉ ଜଣଙ୍କର ମୃତ୍ୟୁ । ମୃତକ ହେଲେ ବିହାରର ଜାମୁଇ ଅଞ୍ଚଳରେ ନାମ ମନିସ କୁମାର । ବୟସ ତାଙ୍କର ୨୪ ବୋଲି ଜଣାପଡିଛି ।

ବାହାନଗା ଟ୍ରେନ୍‌ ଦୁର୍ଘଟଣା ମନିସ ଗୁରୁତର ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଏସ୍‌ସିବିର ସେଣ୍ଟ୍ରାଲ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ହେଲେ ଏବେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଗୁରୁବାର ମଧ୍ୟାହ୍ନରେ ମନିସଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

Exit mobile version