Site icon ଆଜିକାଲି

ବାହାନଗା ଟ୍ରେନ ଟ୍ରାଜେଡି, ଆଜି ବାଲେଶ୍ୱର ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବାଲେଶ୍ୱର : ବାଲେଶ୍ୱର ଜିଲା ବାହାନଗା ଟ୍ରେନ୍‌ ଟ୍ରାଜେଡି ଘଟଣା । ଶନିବାର ଘଟଣାସ୍ଥଳକୁ ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁର୍ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ପରଖିବା ସହିତ ଆହତଙ୍କ ପରିଜନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ସେହିପରି ଶୁକ୍ରବାର ଦିନ ଏହି ବଡ଼ଧରଣର ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ । ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ କାର୍ଯ୍ୟାଳୟରେ ଖୋଲାଯାଇଥିବା କଣ୍ଟ୍ରୋଲ ରୁମ୍‌ରେ ଶୁକ୍ରବାର ଦିନ ସଂଧ୍ୟା ସମୟରେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବଙ୍କ ସହ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ଉଦ୍ଧାର କାର୍ଯ୍ୟ ଏବଂ ଆହତଙ୍କୁ କିପରି ତୁରନ୍ତ ଚିକିତ୍ସା କରାଯିବ । ସେ ଦିଗରେ ଆଲୋଚନା ହୋଇଥିଲା ।

ତେବେ ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସ୍ଥିତିର ବାବଦରେ ପଚାରି ବୁଝିଛି । ଟ୍ରେନ ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦାୟକ । ଆସନ୍ତାକାଲି ସକାଳେ ମୁଁ ସେଠାରେ ପହଞ୍ଚିବି । ସେଠାରେ ପୂରା ଘଟଣାର ନୀରିକ୍ଷଣ କରାଯିବ । ଆହତଙ୍କୁ ହସ୍ପିଟାଲରେ ପହଞ୍ଚାଇବା ଆମର ପ୍ରାଥମିକତା ରହିଛି’ ।

Exit mobile version