Site icon ଆଜିକାଲି

ଆଜିଠୁ ଓଡ଼ିଶାରେ ପୁଣି ଭାରତ ଯୋଡ ଯାତ୍ରା

ଭୁବନେଶ୍ୱର : ଆଜିଠୁ ଓଡ଼ିଶାରେ ପୁଣି କଂଗ୍ରେସର ଭାରତ ଯୋଡ ଯାତ୍ରା । ଧାମନଗର ଉପନର୍ବାଚନ ପାଇଁ ରାଜ୍ୟରେ କଂଗ୍ରେସର ଭାରତ ଯୋଡ ଯାତ୍ରା ସାମୟିକ ବନ୍ଦ ରହିଥିଲା । ଅକ୍ଟୋବର ୩୧ରେ ଭୁବନେଶ୍ୱର ଆଇଜି ପାର୍କରୁ ଭାରତ ଯୋଡ ଯାତ୍ରା ଆରମ୍ଭ ହୋଇଥିଲା । ଏଥିରେ କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲା କୁମାର, ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକ, ବିଧାୟକ ସୁର ରାଉତରାୟଙ୍କ ସମେତ ଅନେକ କଂଗ୍ରେସ କର୍ମକର୍ତ୍ତା ସାମିଲ ହୋଇଥିଲେ । କେନ୍ଦ୍ର ସରକାର ଦରଦାମ୍ ବୃଦ୍ଧି କରି କିପରି ଲୋକଙ୍କୁ ହନ୍ତସନ୍ତ କରୁଛନ୍ତି, ସେ ନେଇ ଘରକୁ ଘର ଯାଇ କଂଗ୍ରେସ ଲୋକଙ୍କୁ ଅବଗତ କରାଇବ ।

Exit mobile version