Site icon ଆଜିକାଲି

ବିରିଗୁଡ଼ା ଗାଁ କୁ ବାଟ ଓଗଲୁଛି ଭାରତମାଳା ଜାତୀୟ ରାଜପଥ

ନବରଙ୍ଗପୁର, ନି ପ୍ର: ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ୍ ଅନ୍ତର୍ଗତ ଡେଙ୍ଗାଗୁଡ଼ା ପଞ୍ଚାୟତର ବିରୀଗୁଡ଼ା ଗ୍ରାମରେ ବାଟ ଓଗଳୁଛି ଭାରତ ମାଳା ଜାତୀୟ ରାଜପଥ। ସୁଚନା ପ୍ରକାରେ ରାୟପୁର ବିଶାଖାପାଟଣା ଛଅ ପଥ ବିଶିଷ୍ଟ ଜାତୀୟ ରାଜପଥ ଏ ଅଞ୍ଚଳର ସ୍ୱପ୍ନର ପ୍ରକଳ୍ପ। ଏହି ରାଜପଥ ଦୁଇ ରାଜ୍ୟ ମଧ୍ୟରେ ନୂତନ ଅଧ୍ୟାୟ ସୃଷ୍ଟି କରିବା ସହ ଅର୍ଥନୈତିକ ବିକାଶର କରିଡ଼ର ହେବାକୁ ଯାଉଥିବା ବେଳେ ନବରଙ୍ଗପୁର ଜିଲ୍ଲାର ଗୋଟିଏ ଗାଁ ପାଈଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି।ପ୍ରାୟ ଦୁଇ ହଜାର ବିଶିଷ୍ଟ ଜନସଂଖ୍ୟା ଥିବା ବିରିଗୁଡା ଗାଁ ମଝିରେ ଏହି ଭାରତମାଳା ଜାତୀୟ ରାଜପଥ ହେଉଥିବା ବେଳେ ଗାଁ ର ପୋଖୋରି, ନଦୀ, ନାଳ ଓ ଗ୍ରାମବାସୀ ଙ୍କ ଜୀବନ ଜୀବିକା ନିର୍ଭର କରିଥିବା ଜମି ରାଜପଥର ଆର ପାରି ରେ ରହି ଯାଉଥିବା ହେତୁ ଗ୍ରାମବାସୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।ଜମି ଜମା, ନଦୀ ନାଳ ପୋଖରୀ କୁ ଯିବାକୁ ହେଲେ ଅତି କମରେ ଚାରି କିମି ବୁଲିଯିବାକୁ ପଡୁଛି ବୋଲି କହିଛନ୍ତି ଗ୍ରାମବାସୀ।ସରପଞ୍ଚ ସୁମିତ୍ରା ମାଝୀଙ୍କ ନେତୃତ୍ୱରେ ଫଗୁଣ କୁମ୍ଭାର, ପ୍ରତାପ ପୂଜାରୀ, ପିତାମ୍ବର ମାଝୀ, ପଦମ ପୂଜାରୀ, ଘନ ବିଷୋୟୀ, ବନରୁ ବିଷୋୟୀ, ପର୍ଶୁରାମ ଗୌଡ, ଚନ୍ଦ୍ର ଭତ୍ରା ସମେତ ବହୁ ପୁରୁଷ ମହିଳା ମିଳିତ ଭାବେ ଜିଲ୍ଲାପାଳ ଶ୍ରୀ କମଳ ଲୋଚନ ମିଶ୍ରଙ୍କୁ ଏକ ଲିଖିତ ଦାବିପତ୍ର ମାଧ୍ୟମରେ ଗାଁ ଓ ଜମିଜମାକୁ ଯିବା ପାଇଁ ଜାତୀୟ ରାଜପଥରେ ଏକ ବ୍ରିଜ ନିର୍ମାଣ କରିବାକୁ ଦାବୀ ଜଣାଇଛନ୍ତି। ଯଦି ପ୍ରଶାସନ ପକ୍ଷରୁ ବ୍ରିଜ ସ୍ଥାପନ କରା ନ ଗଲେ ରାଜ ରାସ୍ତାକୁ ଓହ୍ଲାଇବାକୁ ବଧ୍ୟ ହେବେ ବୋଲି କହିଛନ୍ତି ଗ୍ରାମବାସୀ।

Exit mobile version