Site icon ଆଜିକାଲି

ଭାରତୀୟ ମଜଦୁର ସଂଘ କେନ୍ଦୁଝର ଜିଲ୍ଲା କମିଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି

କେନ୍ଦୁଝର, ଆଜି ଶୁକ୍ରବାର ଭାରତୀୟ ମଜଦୁର ସଂଘ କେନ୍ଦୁଝର ଜିଲ୍ଲା କମିଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଦିବା ୧୨ ଘଟିକା ସମୟରେ କେନ୍ଦୁଝର ସ୍ଥିତ ସହିଦ ସଦନ ଠାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ମଜଦୁର ସଂଘ ର ରାଜ୍ୟ ସଭାପତି ପୃଥୀରାଜପଣ୍ଡା,କ୍ଷେତ୍ରୀୟ ସଂଗଠନ ସମ୍ପାଦକ ଗିରିଶ ମହାନ୍ତ,ଉପସଭାପତି ଏ ଶ୍ରୀନିବାସ ରାଓ, ସମ୍ପାଦିକା ସୁମିତା ମହାପାତ୍ର, ରାଜ୍ୟ ସମ୍ପାଦକ ତଥା କେନ୍ଦୁଝର ଜିଲ୍ଲା ପ୍ରଭାରୀ ଡାକ୍ତର ମହାନ୍ତ,ରାଜ୍ୟ କୋଷାଧ୍ୟକ୍ଷ ଲକ୍ଷ୍ମଣଦାସ, ପ୍ରମୁଖ ଉପସ୍ଥିତ ରହିବେ । କେନ୍ଦୁଝର ଜିଲ୍ଲା ଏସିଆ ମହାଦେଶର ଖଣିଜ ସଂପଦ ଉତ୍ତୋଳନରେ ଅଗ୍ରଣୀ ଥିବା ବେଳେ ଓଡିଶା ପ୍ରଦେଶରେ ସର୍ବାଧିକ ରାଜସ୍ବ ପ୍ରଦାନ କରିବାରେ ମାନ୍ୟତା ପାଇଛି । ଏଠାରେ ଆଇରନ ଓର ମାଙ୍ଗାନିଜ, କ୍ଲୋରମେଟ୍, ବକ୍ସାଇଟ,ସୁନା ଖଣିଜ ସଂପଦ ପାଇଁ ବିଭିନ୍ନ ଜାଗାରେ ଖଣି ଖାଦାନ ଓ ବଡ ବଡ ଶିଳ୍ପ ଗଢିଛି । କିନ୍ତୁ ଯୋଗ୍ୟତା ଅନୁଯାୟୀ ସ୍ଥାନୀୟ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ପ୍ରଦାନ କରା ଯାଉନାହିଁ । କମ୍ପାନୀ କର୍ତ୍ତୃପକ୍ଷଙ୍କ ମନମୁଖୀ
କାର୍ଯ୍ୟ ପାଇଁ ସ୍ଥାନୀୟ ଆଦିବାସୀ ଯୁବକ ଯୁବତୀ ନିଜର କର୍ମ ନିଯୁକ୍ତି ତଥା ଜୀବନ ଜୀବିକା ମଧ୍ୟ ହରାଉଛନ୍ତି । ପ୍ରକାଶ ଥାଉକି ୨୦୨୦ ମସିହାରୁ ନୂତନ ଭାବରେ ନିଲାମ ପାଇଥିବା ଶିରାଉଦିନ ମାଇନ୍ସ ରେ ୩୦୦ ଶହରୁ ଉର୍ଦ୍ଧ ନିଯୁକ୍ତି ହରାଇଥିବା ସ୍ଥାନୀୟ ଯୁବକ ଯୁବତୀଙ୍କୁ ଏପର୍ଯ୍ୟନ୍ତ ନିଯୁକ୍ତି ମିଳିପାରୁନାହିଁ । ଆମ ଦେଶରେ ପ୍ରାୟ ୫୦ କୋଟି ଶ୍ରମିକ ମାନଙ୍କ ଆର୍ଥିକ
ସ୍ଥିତି ସାମାଜିକ ଓ ସ୍ବାସ୍ଥ୍ୟଗତ ସମସ୍ୟାରେ ବିକାଶ ହୋଇ ପରିନାହିଁ ସେଥ୍ ନିମନ୍ତେ ଗତ ଜୁନ ମାସରେ ଭାରତୀୟ ମଜଦୁର ସଂଘ ଚାରି ଗୋଟି ଦାବି ଯଥା ଶ୍ରମିକ ମାନଙ୍କ ସର୍ବ ନିମ୍ନ ମଜୁରି ବଦଳରେ ଜୀବିକା ମଜୁରି ପ୍ରଦାନ କରିବା, ସମସ୍ତଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ,”ଶ୍ରମିକ ମାନଙ୍କ ଆର୍ଥିକ ବିକାଶ ପାଇଁ ରାଷ୍ଟ୍ରୀୟ ଶ୍ରମ ନୀତି ପ୍ରଣୟନ”ଏବଂ ଠିକା ପ୍ରଥା ଉଚ୍ଛେଦ ଓ
ନିୟନ୍ତ୍ରଣ ଆଇନ ର ଆବଶ୍ୟକ ସଂଶଧନ ଆଣିବା ପାଇଁ ଲୋଢେଇ ଜାରି ରଖୁଛି । ଏହି ଜିଲ୍ଲାରେ ଥିବା ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କୁ ଶ୍ରମ ବିଭାଗ ତରଫରୁ ଅଣଦେଖା କରାଯାଉଅଛି । ଆସନ୍ତା ସେପ୍ଟେମ୍ବର ୨୨ ଅଙ୍ଗନୱାଡି ଏବଂ ସେପ୍ଟେମ୍ବର ୨୬ ଆଶା କର୍ମୀ ମାନଙ୍କ ତରଫରୁ ବିଧାନସଭା ଘେରାଉ କରାଯିବ । ଓଡିଶାରେ ବିଭିନ୍ନ
କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକ ମାନଙ୍କର ବିଭିନ୍ନ ସମସ୍ୟା ନେଇ ଆସନ୍ତା ନଭେମ୍ବର ୧୫ ତାରିଖ ଦୁଇ ଲକ୍ଷ ଶ୍ରମିକ ମାନଙ୍କୁ ନେଇ ରାଜ୍ୟ ସରକାରଙ୍କର ଶ୍ରମିକ ମାରଣ ନୀତିକୁ ବିରୋଧ କରି ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯିବ, ଭାରତୀୟ ମଜଦୁର ସଂଘ ରାଜ୍ୟ କମିଟି ନିଷ୍ପତି ଅନୁଯାଇ ଆସନ୍ତା ଡିସେମ୍ବର ୩୦ ଏବଂ ୩୧ ରାଜ୍ୟ ସମ୍ମିଳନୀ କେନ୍ଦୁଝର ରେ ଅନୁଷ୍ଠିତ ହେବ ଏଥରେ ସମଗ୍ର ଓଡିଶାରୁ ପ୍ରତିନିଧି ମାନେ ଯୋଗଦେବେ ବୋଲି ଏକ ପ୍ରେସ ବିବୃତିରେ ଜଣାଇଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ନିହାର ରଞ୍ଜନ ମିଶ୍ର,ସଂପାଦକ ବାବୁଲାଲ ମହାନ୍ତ,ସହ ସଂପାଦକ ଚନ୍ଦନ ବଇପାଇ, ଉପସଭା ନେତ୍ରୀ ବୀଣାପାଣି ବେହେରା, ମିଡିଆ ପ୍ରମୁଖ ଅର୍ଜୁନ ବେହେରା,ରାଜ୍ୟ ଆଶା କର୍ମୀ ସମ୍ପାଦିକା ଧାରିତ୍ରି ବାରିକ,ଜିଲ୍ଲା ସମ୍ପାଦିକା ବିଶାଖା ମହାନ୍ତ, ଦୀପିକା ମହାରଣା,ଗାୟତ୍ରୀ ଜେନା, ବିଶ୍ବଭୂଷଣ ବେହେରା,ସ୍ମୃତି ରଞ୍ଜନ ସେଠୀ,ଦିପ୍ତିମୟୀ ଦାସ ଉପସ୍ଥିତ ରହି ସହଯୋଗ କରି ଥିଲେ ।

Exit mobile version