କେନ୍ଦୁଝର, ଆଜି ଭାରତୀୟ ମଜଦୁର ସଂଘର ଡ଼ାକରାରେ ଶତାଧିକ ନିର୍ମାଣ ଶ୍ରମିକ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ବାରମ୍ବାର ଅଧିକାରୀ ଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ କୋଣସି ସୁଫଳ ମିଳିପାରୁନଥିବା ଅଭିଯୋଗ କରିଛନ୍ତି ଶ୍ରମିକ ମାନେ । ଓଡ଼ିଶା କୃଷି ଗ୍ରାମୀଣ ମଜଦୁର ସଂଘ ର କେନ୍ଦୁଝର ଜିଲ୍ଲାର ଜିଲ୍ଲା ସଭାପତି ଡାକ୍ତର ମହାନ୍ତ ଙ୍କ ନେତୃତ୍ୱରେ ଅନୁଷ୍ଠିତ ବିକ୍ଷୋଭ ପ୍ରଦର୍ଶନ ରେ ଭାରତୀୟ ମଯଦୁର ସଂଘର ରାଜ୍ୟ କମିଟି ସଦସ୍ୟ ଶ୍ରୀ ବସନ୍ତ କୁମାର ସାହୁ ଯୋଗଦେଇ ଜିଲ୍ଲା ଶ୍ରମ ଅଧିକାରୀଙ୍କ ମାନମାନୀ କାର୍ଯ୍ୟକଳାପ କରୁଥିବା ଅଭିଯୋଗ ଆଣିବା ସହିତ ତୁରନ୍ତ ତାଙ୍କୁ ତଦନ୍ତ ପରିସରକୁ ଆଣି ଅନ୍ୟ ସ୍ଥାନକୁ ବଦଳି କରା ଯିବାକୁ ଦାବି କରିଛନ୍ତି ।