Site icon ଆଜିକାଲି

ଅଗଷ୍ଟ ୧ ତାରିଖରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ

ରାଜନଗର : ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଅଗଷ୍ଟ ପହିଲାରୁ ଖୋଲିବ ଭିତରକନିକା । ୩ମାସ ଧରି ବନ୍ଦ ରହିବା ପରେ ଅଗଷ୍ଟ ୧ ତାରିଖରୁ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିବ । ବଉଳା କୁମ୍ଭୀର ମାନଙ୍କ ପ୍ରଜନନ ପାଇଁ ଭିତରକନିକା ବନ୍ଦ କରାଯାଇଥିଲା। ଅଗଷ୍ଟ ୧ ତାରିଖରୁ ଭିତରକନିକା ଯାଇପାରିବେ ପର୍ଯ୍ୟଟକ । ଏନେଇ ଟୁରିଷ୍ଟ ଗାଇଡ୍‌ ମାନଙ୍କୁ ଟ୍ରେନିଂ ଦିଆଯାଇଛି। ପର୍ଯ୍ୟଯକଙ୍କ ସ୍ୱାଗତ ପାଇଁ ବିଭିନ୍ନ ପ୍ରସ୍ତୁତି କରିଛି ବନବିଭାଗ । ଲୁଣା ନର୍ସରୀ, ସେଲଫି ପଏଣ୍ଟ, ରେଷ୍ଟୁରାଣ୍ଟ, ବୋଟ୍‌ ଲାଇବ୍ରେରୀ, ବ୍ୟାଟେରୀ ବୋଟ୍‌ ଭଳି ବିଭିନ୍ନ ସୁବିଧା ରହିଛି। ଭିତରକନିକା ଭିତରକୁ ପ୍ରବେଶ କରିବା ପାଇଁ ପରିଚୟପତ୍ର ବାଧ୍ୟତାମୂଳକ କରାଯାଇଥିବା ରେଞ୍ଜ ଅଫିସର ମାନସ ଦାସ ସୂଚନା ଦେଇଛନ୍ତି ।

୩ମାସ ଧରି ବନ୍ଦ ରହିବା ପରେ ଅଗଷ୍ଟ ୧ ତାରିଖରୁ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିବ । ବଉଳା କୁମ୍ଭୀର ମାନଙ୍କ ପ୍ରଜନନ ପାଇଁ ଭିତରକନିକା ବନ୍ଦ କରାଯାଇଥିଲା। ଅଗଷ୍ଟ ୧ ତାରିଖରୁ ଭିତରକନିକା ଯାଇପାରିବେ ପର୍ଯ୍ୟଟକ । ଏନେଇ ଟୁରିଷ୍ଟ ଗାଇଡ୍‌ ମାନଙ୍କଚୁ ଟ୍ରେନିଂ ଦିଆଯାଇଛି। ପର୍ଯ୍ୟଯକଙ୍କ ସ୍ୱାଗତ ପାଇଁ ବିଭିନ୍ନ ପ୍ରସ୍ତୁତି କରିଛି ବନବିଭାଗ । ଲୁଣା ନର୍ସରୀ, ସେଲଫି ପଏଣ୍ଟ, ରେଷ୍ଟୁରାଣ୍ଟ, ବୋଟ୍‌ ଲାଇବ୍ରେରୀ, ବ୍ୟାଟେରୀ ବୋଟ୍‌ ଭଳି ବିଭିନ୍ନ ସୁବିଧା ରହିଛି। ଭିତରକନିକା ଭିତରକୁ ପ୍ରବେଶ କରିବା ପାଇଁ ପରିଚୟପତ୍ର ବାଧ୍ୟତାମୂଳକ କରାଯାଇଥିବା ରେଞ୍ଜ ଅଫିସର ମାନସ ଦାସ ସୂଚନା ଦେଇଛନ୍ତି ।

Exit mobile version