Site icon ଆଜିକାଲି

ଭୁବନେଶ୍ୱର ବମିଖାଲ ରେଳଧାରଣାରୁ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

ଭୁବନେଶ୍ୱର : ରାଜଧାନୀର ବମିଖାଲ ରେଳଧାରଣାରୁ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ଉଭୟ ଆତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉଛି । ପାରିବାରିକ କଳହରୁ ସ୍ବାମୀ- ସ୍ତ୍ରୀ ଏଭଳି ଚରମ ପଦକ୍ଷେପ ନେଇଥିବା ଅନୁମାନ କରାଯାଉଛି ।

ଦମ୍ପତ୍ତିଙ୍କ ଘର କଟକ କନ୍ଦରପୁରରେ ହୋଇଥିବା ବେଳେ ଦୁହେଁ ସହିଦନଗର ଶାନ୍ତିପଲି ଅଞ୍ଚଳରେ ରହୁଥିଲେ | ଆଜି ସକାଳେ ଦମ୍ପତିଙ୍କ ମୃତଦେହ ରେଳଧାରଣା ନିକଟରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ଜିଆର୍‌ପିକୁ ଖବର ଦେଇଥିଲେ। ଜିଆର୍‌ପି ପହଞ୍ଚି ଘଟଣାର ତଦନ୍ତ କରୁଛି।

Exit mobile version