Site icon ଆଜିକାଲି

ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କୁ ରିମାଣ୍ଡରେ ନେଲା ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ

ଭୁବନେଶ୍ୱର : ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ (ଆର୍‌ଡବ୍ଲୁଏସ୍‌ଏସ୍‌)ର ଭୁବନେଶ୍ୱର ସର୍କଲ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାସଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଛି ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ। ଏଥିପାଇଁ ଅନୁମତି ଦେଇଛନ୍ତି ଭିଜିଲାନ୍ସ କୋର୍ଟ। ରିମାଣ୍ଡରେ ଆଣି ଯନ୍ତ୍ରୀଙ୍କ କ୍ରିପ୍ଟୋ କରେନସିରେ ଲାଗିଥିବା କୋଟି କୋଟି ଟଙ୍କାର ଖୋଳତାଡ଼ କରିବ ଭିଜିଲାନ୍ସ ।

ଗତମାସ ୨୮ ତାରିଖରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନିହାରଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ନିହାରଙ୍କ ୩ କୋଟି ୯୬ ଲକ୍ଷ ଟଙ୍କା ଆୟ ବହିର୍ଭୂତ ସମ୍ପତ୍ତି ଠାବ ହୋଇଥିବା ଭିଜିଲାନ୍ସ କହିଛି । ଏହା ତାଙ୍କ ଆୟ ଠାରୁ ୨୭୫ ପ୍ରତିଶତ ଅଧିକ।

Exit mobile version