Site icon ଆଜିକାଲି

ଘଡଘଡି ମାରିବାରୁ ଖସିପଡ଼ିଲା ଭୁବନେଶ୍ୱର ରାମେଶ୍ବର ମନ୍ଦିରର ଦଧିନଉତି

ଭୁବନେଶ୍ୱର : ଭୁବନେଶ୍ୱରର ରୋଡ୍ ମାଉସୀ ମା’ ଛକରେ ଥିବାବହୁ ପୁରୁଣା ରାମେଶ୍ବର ମନ୍ଦିରର ଦଧିନଉତି ଖସିପଡିଛି। ଘଡ଼ଘଡ଼ି ମାରିବାରୁ ମନ୍ଦିରର ଦଧିନଉତି ଖସିପଡିଥିବା ସୂଚନା ମିଳିଛି । ମନ୍ଦିର ଭିତରେ ସେବାୟତମାନେ ଥିବା ବେଳେ ଏହି ଅଘଟଣ ଘଟିଛି । ଘଡଘଡିରେ ମନ୍ଦିରର ଦଧିନଉତି ଖସିଯାଇଥିବାରୁ ଏ ନେଇ ବିଭିନ୍ନ ଚର୍ଚ୍ଚା ହେଉଛି। ୬୦ ଫୁଟ ତଳକୁ ଖସିପଡିଛି ଦଧିନଉତି । ମନ୍ଦିରରେ କୌଣସି ଫାଟ ଥିବା ଅନୁମାନ କରାଯାଉଛି।

Exit mobile version