Site icon ଆଜିକାଲି

ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡିର ବୃହତ ବିଜୟ

ଝାରସୁଗୁଡ଼ା : ଝାରସୁଗୁଡ଼ା ବିଧାନସଭା ଆସନରେ ପୁଣି ଥରେ ଶାସକ ବିଜେଡିର କବଜା। ବାପା ନବକିଶୋର ଦାସଙ୍କ ପରେ ଝିଅ ଦୀପାଳି ଦାସ ମଧ୍ୟ ଏହି ଆସନରୁ ବିଜୟୀ ହୋଇଛନ୍ତି । ବାପାଙ୍କଠାରୁ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି ଦୀପାଳି। ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ଟଙ୍କଧର ତ୍ରିପାଠୀଙ୍କୁ ୪୮ ହଜାର ୬୧୯ ଭୋଟରେ ହରାଇଛନ୍ତି ଦୀପାଳି । ଦୀପାଳି ମୋଟ ୧ ଲକ୍ଷ ୭ ହଜାର ୩ଟି ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୫୮ ହଜାର ୩୮୪ ଭୋଟ ପାଇଛନ୍ତି । ବିଜେଡିର ଏହି ବୃହତ ବିଜୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାମଗ୍ରିକ ବିକାଶ ମନ୍ତ୍ରର ଲୋକପ୍ରିୟତାକୁ ପୁଣି ପ୍ରମାଣିତ କରିଛି । କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ମାତ୍ର ୪ ହଜାର ୪୭୩ ଭୋଟ ପାଇଛନ୍ତି। ଏ ବର୍ଷ ଜାନୁଆରୀରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟା ପରେ ଝାରସୁଗୁଡ଼ାରେ ବିଧାନସଭା ଉପନିର୍ବାଚନର ଆବଶ୍ୟକ ପଡ଼ିଥିଲା । ଗତ ୧୦ ତାରିଖରେ ଭୋଟ ଗ୍ରହଣ ହୋଇଥିଲା। ମତଦାନ ହାର ୭୯ ଦଶମିକ ୨୧ ପ୍ରତିଶତ ଥିଲା ।

Exit mobile version