Site icon ଆଜିକାଲି

ବିହାର ବିଧାନସଭାରେ ଫେବୃଆରୀ ୧୦ରେ ହେବ ଫ୍ଲୋର ଟେଷ୍ଟ

ନୂଆଦିଲ୍ଲୀ : ଫେବ୍ରୁଆରୀ ୧୦ରେ ବିହାର ବିଧାନସଭାରେ ନୀତୀଶ କୁମାର ସରକାରର ହେବ ଫ୍ଲୋର ଟେଷ୍ଟ। ଏହି ଦିନ ଏନଡିଏ ସରକାରକୁ ଗୃହରେ ବହୁମତ ସାବ୍ୟସ୍ତ କରିବାକୁ ପଡିବ। ୨୮ ତାରିଖରେ ମହା ମେଣ୍ଟ ସରକାରରୁ ଇସ୍ତଫା ଦେଇ ବିଜେପି ନେତୃତ୍ବାଧୀନ ଏନଡିଏ ସରକାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ନୀତୀଶ କୁମାର।

ତାଙ୍କ ସହ ବିଜେପିରୁ ଦୁଇ ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟ ୬ ଜଣ ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ସେମନଙ୍କ ମଧ୍ୟର ହାମରୁ ଜଣେ ଓ ଜଣେ ସ୍ବାଧୀନ ବିଧାୟକ ବି ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ବିହାର ବିଧାନସଭାରେ ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ୧୨୨ ହୋଇଥିବା ବେଳେ ଏନଡିଏ ପାଖରେ ୧୨୮ ବିଧାୟକଙ୍କର ସମର୍ଥନ ରହିଛି। ନୀତୀଶ ସରକାର ୧୦ ତାରିଖରେ ବହୁମତ ସାବ୍ୟସ୍ତ କରିବା ପରେ ୧୨ ତାରିଖରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ।

ସୂଚନା ଯେ, ୨୪୩ ସିଟ୍ ବିଶିଷ୍ଟ ବିହାର ବିଧାନସଭାରେ ଆରଜେଡି ପାଖରେ ୭୯ ବିଧାୟକ ରହିଛନ୍ତି। କଂଗ୍ରେସ ହାତରେ ୧୯, ସିପିଆଇ ଓ ସିପିଆଇ ଏମ ପାଖରେ ୧୬ ବିଧାୟକ ରହିଛନ୍ତି। ଅର୍ଥାତ ମହାମେଣ୍ଟ ପାଖରେ ମୋଟ୍ ୧୧୪ ବିଧାୟକ ରହିଛନ୍ତି। ସୂଚନାଯୋଗ୍ୟ, ଗତ ସୋମବାର ନୀତୀଶ କୁମାରଙ୍କ ଜେଡିୟୁ ମହାମେଣ୍ଟରୁ ଅଲଗା ହୋଇ ଏନଡିଏସ ସହ ମିଶିଥିଲା।

Exit mobile version