Site icon ଆଜିକାଲି

ରାଜ୍ୟରେ ଜାରି ରହିବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା : ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ନୂଆ ସରକାର ଗଠନ ହେବା ଦିନ ଠାରୁ ଲୋକମାନଙ୍କ ମନରେ ଗୋଟିଏ ପ୍ରଶ୍ନ, କଣ ହେବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଭବିଷ୍ୟତ। ରାଜ୍ୟରେ ନୂଆ ବିଜେପି ସରକାର ଶପଥ ଗ୍ରହଣ କରିବାର ୨ ଦିନ ପୂର୍ବରୁ ଏ ନେଇ ଦ୍ୱନ୍ଦ୍ୱ ଦେଖାଦେଇଥିଲା। ସେ ସମୟରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏ ନେଇ ସ୍ପଷ୍ଟ କହିଥିଲେ ଯେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସକ୍ରିୟ ଅଛି ଏବଂ ନିୟମ ମୁତାବକ ସମସ୍ତ ସରକାରୀ ଓ ଅନୁବନ୍ଧିତ ଘରୋଇ ଡାକ୍ତରଖାନାଗୁଡିକ ସ୍ୱାସ୍ଥ୍ୟ ସୁବିଧା ଯୋଗାଇବାକୁ ପଡିବ।

ତେବେ ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏ ନେଇ କହିଛନ୍ତି ଯେ ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବଳବତ୍ତର ରହିଛି। ସେ କହିଛନ୍ତି, ଚଳିତ ବଜେଟରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ନିମନ୍ତେ ବ୍ୟୟ ଅଟକଳ ହୋଇଥିବାରୁ, ତାହା ପର୍ଯ୍ୟାୟକ୍ରମେ ଲାଗୁ ହେବ ଓ ହିତାଧିକାରୀଙ୍କୁ ନୂଆ କାର୍ଡ ପ୍ରଦାନ କରାଯିବ। ନୂଆ ସ୍ୱାସ୍ଥ୍ୟ ଯୋଜନା ଲାଗୁ ହେବା ପର୍ଯ୍ୟନ୍ତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟ କରିବ ବୋଲି ଜଣାପଡିଛି।

Exit mobile version