Site icon ଆଜିକାଲି

ଆସନ୍ତା ୧୬ରେ ଓଡ଼ିଶା ଫେରିବ ବିଜୁବାବୁଙ୍କ ପ୍ରିୟ ଡାକୋଟା ବିମାନ

ଭୁବନେଶ୍ବର : ପ୍ରତୀକ୍ଷାର ଅନ୍ତ ଘଟିବ । ଶେଷରେ ଓଡ଼ିଶା ଆସିବ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଅତି ପ୍ରିୟ ଡାକୋଟା ଭିଟି-ଏୟୁଆଇ ବିମାନ । ବିଜୁବାବୁ ଉଡାଇଥିବା ପ ଐତିହାସିକ ଡାକୋଟା ବିମାନ ଆସନ୍ତା ୧୬ ତାରିଖରେ ଭୁବନେଶ୍ୱର ଆସିବ। ଡାକୋଟା ବିମାନକୁ କୋଲକାତାରୁ ଭୁବନେଶ୍ୱର ବିମାନବନ୍ଦରକୁ ଅଣାଯାଉଛି । ବିମାନକୁ ଭୁବନେଶ୍ୱର ବିମାନବନ୍ଦର ଆଗରେ ରଖାଯିବ ।

ଏକ ସାହସିକ ପଦକ୍ଷେପରେ ଡାକୋଟା ବିମାନ ଜରିଆରେ ବିଜୁବାବୁ ୧୯୪୭ ଜୁଲାଇ ୨୨ରେ ଇଣ୍ଡୋନେସିଆର ତତ୍କାଳୀନ ପ୍ରଧାନମନ୍ତ୍ରୀ ସୁଲତାନ ସାହରିରଙ୍କୁ ଜାଭା ଦ୍ୱୀପରୁ ଡଚ୍‌ ସେନା କବଳରୁ ଉଦ୍ଧାର କରି ନେଇଆସିଥିଲେ । ଡାକୋଟାକୁ କୋଲକାତାରୁ ଓଡ଼ିଶା ଫେରାଇ ଆଣିବାକୁ ରାଜ୍ୟ ସରକାର ୨୦୨୦ ଜାନୁଆରୀ ମାସ ଠାରୁ ଉଦ୍ୟମ ଆରମ୍ଭ କରିଥିଲେ।

Exit mobile version