Site icon ଆଜିକାଲି

ପୋଲ ତଳକୁ ଖସିଲା ବାଇକ୍, ୨ ଗୁରୁତର

ଭଦ୍ରକ : ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଚରମ୍ପା ଫ୍ଲାଏ ଓଭରବ୍ରିଜ୍ ଉପରେ ଦୁର୍ଘଟଣା ଘଟିଛି । ଟ୍ରକ୍-କାର୍ ଧକ୍କା । ପରେ କାର୍ ଧକ୍କାରେ ପୋଲ ତଳକୁ ଖସିପଡ଼ିଲା ବାଇକ୍ । ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ହୋଇଛନ୍ତି ।

ସୂଚନା ଯେ, ଭଦ୍ରକ ଜିଲା ୧୬ ନମ୍ବର ଜାତୀୟ ରାଜପଥ ଚରମ୍ପା ଫ୍ଲାଏ ଓଭରବ୍ରିଜ୍ ଉପରେ କାର୍‌କୁ ଧକ୍କା ଦେଲା ଟ୍ରକ୍ । ସେହି କାର୍ ଧକ୍କାରେ ପୋଲ ତଳକୁ ଖସିପଡିଲେ ଦୁଇ ବାଇକ୍ ଆରୋହୀ । ଫଳରେ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି । ଗୁରୁତର ଦୁଇ ଜଣଙ୍କୁ ଭଦ୍ରକ ମେଡିକାଲକୁ ପଠାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି ।

Exit mobile version