Site icon ଆଜିକାଲି

ଟ୍ରକ ପଛରେ ପିଟିହେଲା ବାଇକ, ଜଣେ ଗୁରୁତର

ହରଭଙ୍ଗା : ଟ୍ରକ ପଛରେ ପିଟିହେଲା ବାଇକ, ଜଣେ ଗୁରୁତର। ଏଭଳି ଅଭାବନୀୟ ଘଟଣା ଘଟିଛି ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ମଣିପୁର ଛକ ନିକଟରେ ।

ସୂଚନା ଅନୁସାରେ ଆଜି ସକାଳେ ଜଣେ ବ୍ୟକ୍ତି ବାଇକ ଯୋଗେ ପହିଲି ବିଡିପିଏଲ କମ୍ପାନୀକୁ କାମ କରିବାକୁ ଯାଉଥିଲେ। ମାତ୍ର ବର୍ଷା କାରଣରୁ ତାଙ୍କ ଗାଡିଟି ମଣିପୁର ଛକ ନିକଟରେ ଭାରସାମ୍ୟ ହରାଇ ଠିଆ ହୋଇଥିବା ଏକ ସ୍କ୍ରାପ ବୋଝେଇ ଟ୍ରକର ପଛପଟେ ପିଟି ହୋଇଥିଲା। ଏଥିରେ ସେ ଗୁରୁତର ଆହାତ ହୋଇଥିଲେ। ଖବର ପାଇ ହରଭଙ୍ଗା ଅଗ୍ନିଶମବାହିନୀ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ପ୍ରଥମେ ଚିକିତ୍ସା ପାଇଁ ପୁରୁଣାକଟକ ମେଡିକାଲ ଭର୍ତ୍ତି କରିଥିଲେ। ମାତ୍ର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପରେ ବୌଦ୍ଧ ମେଡିକାଲ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Exit mobile version