Site icon ଆଜିକାଲି

ରାସ୍ତାକଡ଼ ପିଲରକୁ ପିଟିଲା ବାଇକ୍‌ : ଜଣେ ମୃତ, ୨ ଗୁରୁତର

ରାଉରକେଲା : ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ବଡଭୁଇଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପିଲରକୁ ପିଟିଲା ବାଇକ୍‌ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି ।

ସୂଚନା ଯେ, ଲହୁଣୀପଡ଼ା ବଡ଼ ଭୁଇଁ ନିକଟରେ ଏକ ବାଇକ୍‌ ଭାରସାମ୍ୟ ହରାଇ ରାସ୍ତା କଡ଼ ପିଲରରେ ପିଟି ହୋଇଥିଲା । ଯାହାଫଳରେ ଗାଡିରେ ଥିବା ବ୍ୟକ୍ତିଙ୍କ ମଧ୍ୟରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ହୋଇଥିଲେ । ଗୁରୁତରଙ୍କୁ ଉଦ୍ଧାର କରାଯାଇ ରାଉରକେଲା ସ୍ଥାନାନ୍ତରିତ କରାଯାଇଛି । ବର୍ତ୍ତମାନସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ । ସ୍ଥାନୀୟ ପୋଲିସକୁ ଦୁର୍ଘଟଣା ନେଇ ସୂଚନା ଦିଆଯାଇଛି । ପୋଲିସ ଘଟଣାର ତଦନ୍ତ ପରେ ହିଁ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ।

Exit mobile version