Site icon ଆଜିକାଲି

ଅଟୋକୁ ଧକ୍କା ଦେଲା ବାଇକ, ୨ ମୃତ

ଖୋର୍ଦ୍ଧା : ବେଗୁନିଆ ନିକଟସ୍ଥ ଭୁଇଁପୁର ଛକରେ ସଡକ ଦୁର୍ଘଟଣା । ଅଟୋ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସୂଚନା ଯେ, ଚଟୁଆ ଗ୍ରାମର କିଛି ଶ୍ରମିକ ଏକ ଅଟୋରେ ବେଗୁନିଆ ଅଭିମୁଖେ କାମ କରିବାକୁ ଯାଉଥିଲେ । ଏହି ସମୟରେ ବିପରୀତ ଦିଗରୁ ଏକ ଦ୍ରୁତଗାମୀ ବାଇକ ଅଟୋକୁ ସାମ୍ନା ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଅଟୋରେ ଥିବା ଜଣେ ମହିଳା ଓ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ଜଣକ ଚଟୁଆ ଗ୍ରାମର ଧନୀ ନାୟକ ହୋଇଥିବା ଜଣାପଡ଼ିଛି । ବାଇକ ଚାଳକଙ୍କ ପରିଚୟ ମିଳି ପାରିନାହିଁ । ସେହିପରି ଅଟୋରେ ଥିବା ଅନ୍ୟ ଚାରି ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି । ଖବର ପାଇ ବେଗୁନିଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

Exit mobile version