Site icon ଆଜିକାଲି

ମାଲବାହୀ ଟ୍ରକ ଧକ୍କାରେ ବାଇକ୍‌ ଆରୋହୀ ଆହତ

ସାନଖେମୁଣ୍ଡି : ବ୍ରହ୍ମପୁର ଦିଗପହଣ୍ଡି ମୁଖ୍ୟ ପାଲ୍କା ବାଳକୃଷ୍ଣପୁର ନିକଟରେ ସିରିଜ୍‌ ଦୁର୍ଘଟଣା । ମାଲବାହୀ ଟ୍ରକ ଧକ୍କାରେ ଜଣେ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଯେ, ଟ୍ରକଟି ବାଇକ୍‌କୁ ଧକ୍କା ଦେଇ ରାସ୍ତା କଡ଼ରେ ଥିବା ଏକ ଘର ସହ ପିଟି ହୋଇଥିଲା । ତେବେ ବାଇକ୍‌ରେ ଥିବା ଆରୋହୀ ଜଣଙ୍କ ଛିଟିକି ରାସ୍ତା କଡ଼କୁ ପଡିଯାଇଥିଲେ । ଏଥିରେ ସେ ଆହତ ମଧ୍ୟ ହୋଇଥିଲେ । ଆହତ ଆରୋହୀଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଟ୍ରକ୍‌ ତଳେ ଚାପି ହୋଇ ବାଇକଟି ଚୁର୍‌ମାର ହୋଇଯାଇଥିବା ଦେଖିବାକୁ ମିଳିଛି ।

Exit mobile version