Site icon ଆଜିକାଲି

ବସ୍ ଧକ୍କାରେ ବାଇକ୍ ଆରୋହୀ ମୃତ

ବରଗଡ଼ : ବରଗଡ଼ ଜିଲା ବରପାଲି-ବଲାଙ୍ଗୀର ଜାତୀୟ ରାଜପଥର ବୁଢ଼ାରଜା ନିକଟରେ ବସ୍ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ବକ୍ଟି ଗ୍ରାମର ମହେନ୍ଦ୍ର ମିସ୍ତ୍ରୀ (୨୬) ବୋଲି ଜଣାପଡିଛି । ତେବେ ଗୁରୁତର ଆହତଙ୍କ ପରିଚୟ ମିଳି ପାରିନାହିଁ ।

ଘରୋଇ ବସ୍ ଗୌରବ (ଓଡି୦୮ଏଫ-୫୩୮୮) ବଲାଙ୍ଗୀର ପଟୁ ଆସୁଥିବା ବେଳେ ପଲସର ବାଇକ (ଓଡ଼ି ୦୩-ଟି- ୦୫୫୭) କୁ ସମ୍ମୁଖ ପଟୁ ଧକ୍କା ଦେଇଥିଲା । ଖବରପାଇ ବରପାଲି ପୋଲିସ ଓ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ମୃତକ ଓ ଆହତଙ୍କୁ ବରପାଲି ହସ୍ପିଟାଲ ଆଣିଥିଲା । ପୋଲିସ ଦୁର୍ଘଟଣାଗ୍ରସ୍ତ ବାଇକ ଓ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଜବତ କରିବା ସହ ଏକ ମାମଲା ରୁଜୁ କରୁ ତଦନ୍ତ ଆରମ୍ଭ କରିଛି ।

Exit mobile version