Site icon ଆଜିକାଲି

ଅଜଣା ଗାଡି ଧକ୍କାରେ ବାଇକ୍‌ ଆରୋହୀ ମୃତ

ଝାରସୁଗୁଡା : ଝାରସୁଗୁଡ଼ା ଜାତୀୟ ରାଜପଥ ୪୯ ବେଲପାହାଡ-ଗାନ୍ଧୀଛକ ରାସ୍ତା ଆମ୍ବଦରହ ନିକଟରେ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଜାତୀୟ ରାଜପଥ ବେଲପାହାଡ଼-ଗାନ୍ଧୀ ଛକ ରାସ୍ତା ଆମ୍ବଦରହ ନିକଟରେ ବାଇକ୍‌କୁ ଏକ ଅଜଣା ଭାରିଯାନ ଧକ୍କା ଦେଇଥିଲା । ଯାହାଫଳରେ ଗାଡିଟି ରାସ୍ତାକଡ଼କୁ ଓଲଟି ପଡିଥିଲା । ଆଉ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି । ତେବେ ବର୍ତ୍ତମାନ ଯାଏଁ ମୃତକଙ୍କର କୌଣସି ପରିଚୟ ମିଳିନାହିଁ । ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆଉ ମୃତକଙ୍କ ପରିଚୟ ମଧ୍ୟ ଖୋଜୁଛି ପୋଲିସ । ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ।

Exit mobile version