Site icon ଆଜିକାଲି

ଟ୍ୟାଙ୍କର ଧକ୍କାରେ ବାଇକ ଚାଳକ ମୃତ

ବରଗଡ଼ : ବରଗଡ଼ ଜିଲା ବରପାଲି ଟିଙ୍ଗିପାଲି କେନାଲଛକ ୨୬ ନଂ. ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ୟାଙ୍କର ଧକ୍କାରେ ୪୦ ବର୍ଷିୟ ଯୁବକଙ୍କ ମୃତ୍ୟୁ । ଘଟଣାସ୍ଥଳରୁ ଟ୍ୟାଙ୍କର ଡ୍ରାଇଭର ଫେରାର ।

ସୂଚନା ଯେ, ମଙ୍ଗଳବାର ପୁର୍ବାହ୍ନରେ ବାଞ୍ଜିପାଲିର ବସୁଦେବ ପ୍ରଧାନ ନିଜ ବାଇକ (ନଂ. ଓଡି୧୭ଇ-୩୩୮୦)ରେ ଘରୋଇ କାମରେ ଟିଙ୍ଗିପାଲି ଯାଉଥିବା ବେଳେ ସମ୍ମୁଖ ପଟରୁ ଆସୁଥିବା ୧୬ଚକିଆ ଭାରି ଯାନ (ନଂ. ଓଡି୧୫ଭି-୧୮୫୪) ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ବାଇକ ଆରୋହୀ ବସୁଦେବଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ଟ୍ୟାଙ୍କର ଘଟଣାସ୍ଥଳର କିଛିଦୂରକୁ ଆଗକୁ ଚାଲିଆସି ଚାଳକ ଅନ୍ୟତ୍ର ଫେରାର ହୋଇ ଯାଇଥିଲା। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି।

Exit mobile version