Site icon ଆଜିକାଲି

ବାଇକ୍-ସ୍କୁଟି ମୁହାଁମୁହିଁ ଧକ୍କା : ୨ ମୃତ, ୩ ଗୁରୁତର

ପାଟଣା: କେନ୍ଦୁଝର ଜିଲା ୨୨୦ ନମ୍ବର ଜାତୀୟ ରାଜପଥର ପାଟଣା-ଢେଙ୍କିକୋଟ୍ ରାସ୍ତାର କପାସପଡା ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଆଜି ପୂର୍ବାହ୍ନ ପାଖାପାଖି ସାଢ଼େ ଦଶଟା ସମୟରେ କପାସପଡ଼ା ବୁଲାଣିରେ ବାଇକ ସ୍କୃଟି ମୁହାଁ ମୁହିଁ ଧକ୍କା ହେବାରୁ ୨ଜଣଙ୍କର ମୃତ୍ୟୁ ଘଟିଥିବା ଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଏନେଇ ଘଟଗାଁ ଥାନାରେ ୨୦୯/୨୦୨୪ ମୂଳେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ପାଟଣାରେ ୨ମୃତକଙ୍କ ଶବ ବ୍ୟବଚ୍ଛେଦ କରାଇ ମର ଶରୀର ତାଙ୍କ ପରିବାରକୁ ହସ୍ତାନ୍ତର କରିଛନ୍ତି। ଦୁର୍ଘଟଣା ଗ୍ରସ୍ତ ଦୁଇ ବାଇକ ଓ ସ୍କୁଟିକୁ ଢେଙ୍କିକୋଟ ଫାଣ୍ଡିକୁ ଅଣାଯାଇଛି।

Exit mobile version