Site icon ଆଜିକାଲି

ବାଇକ୍‌-ସ୍କୁଟି ମୁହାଁମହିଁ ଧକ୍କା, ୨ ଶିକ୍ଷୟତ୍ରୀ ମୃତ

ଜି. ଉଦୟଗିରି : କନ୍ଧମାଳ ଜିଲା ଜି. ଉଦୟଗିରି ଥାନା ନିଲୁଙ୍ଗିଆ ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବାଇକ୍‌-ସ୍କୁଟି ମୁହାଁମହିଁ ଧକ୍କା । ଦୁର୍ଘଟଣାରେ ଦୁଇ ଶିକ୍ଷୟତ୍ରୀ ମୃତ ।

ସୂଚନା ଯେ, ଶନିବାର ସକାଳ ସମୟରେ ଦୁଇ ଜଣ ଶିକ୍ଷୟତ୍ରୀ ନିଜ ସ୍କୁଟି ଯୋଗେ ସ୍କୁଲକୁ ଯାଇଥିଲେ । ଏହି ସମୟରେ ନିଲୁଙ୍ଗିଆ ଗାଁ ନିକଟରେ ଏକ ବାଇକ୍‌ ସହ ସ୍କୁଟିର ମୁହାଁମୁହିଁ ଧକ୍କା ହୋଇଥିଲା । ଯାହାଫଳରେ ଦୁଇ ଜଣ ଶିକ୍ଷୟତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତ ଶିକ୍ଷୟତ୍ରୀଙ୍କ ନାମ ପ୍ରଦୀପ୍ତା ସାହୁ ଓ ବିମଳା ପ୍ରଧାନ ବୋଲି ଜଣାପଡିଛି । ସେପଟେ ଦୁର୍ଘଟଣାରେ ବାଇକ୍‌ ଚାଳକ ମଧ୍ୟ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

Exit mobile version