Site icon ଆଜିକାଲି

ଟ୍ରକ ଦୁର୍ଘଟଣାରେ ବାଇକ ଚାଳକ ମୃତ, ଜଣେ ଗୁରୁତର

ଯାଜପୁର: ଯାଜପୁର ବଡଚଣା ଥାନା ଅନ୍ତର୍ଗତ ଚଣ୍ଡିଖୋଲ ଟ୍ରାଫିକ ଛକରେ ସଡ଼କ ଦୁର୍ଘଟଣା। ତେବେ ଟ୍ରାଫିକ ନିୟମ ନମାନି ଏକ ଟ୍ରକ ଜଣେ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ପଛରେ ବସିଥିବା ବ୍ୟକ୍ତି ଗୁରୁତର ଆହତ ହୋଇ କଟକ ସ୍ଥାନାନ୍ତରିତ ହୋଇଛନ୍ତି। ମୃତକ ହେଲେ ମାନସ ସାହୁ କୁଆଖିଆ ମିର୍ଜାପୁର ଅଞ୍ଚଳର ବୋଲି ଜଣାପଡିଛି ।

ସୂଚନା ଯେ, କୁଆଖିଆ ଅଞ୍ଚଳରୁ ବାଇକ୍ ଆରୋହୀ କଟକ ଅଭିମୁଖେ ଯାଉଥିବା ବେଳେ ଚଣ୍ଡିଖୋଲ ଛକ ନିକଟରେ ପଛପଟୁ ଆସୁଥିବା ଏକ ଟ୍ରକ୍ ଧକ୍କା ଦେଇଥିଲା । ବାଇକରେ ଦୁଇ ଜଣ ରାସ୍ତାରେ ଛିଟିକି ପଡ଼ିଥିବା ବେଳେ ଟ୍ରକଟି ଜଣଙ୍କ ଉପରେ ଚଢି ଯାଇଥିଲା । ଫଳରେ ଘଟଣାସ୍ଥଳରେ ବାଇକରେ ଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଞ୍ଚି ଗୁରୁତର ବାଇକ୍ ଆରୋହୀଙ୍କୁ ବଡ଼ଚଣା ମେଡିକାଲରେ ଭର୍ତି କରିଥିବା ବେଳେ ଘଟଣାସ୍ଥଳରୁ ଦୁର୍ଘଟଣା ଘଟାଇ ଥିବା ଟ୍ରକଟି ଫେରାର ହୋଇଯାଇ ଥିବା ବେଳେ ଚଣ୍ଡିଖୋଲ ଫାଣ୍ଡି ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି ।

Exit mobile version