Site icon ଆଜିକାଲି

ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ‘ଓଡ଼ିଶାକୁ ବିଲ୍ ଗେଟ୍ସଙ୍କ ପ୍ରଶଂସା’

ଭୁବନେଶ୍ୱର – ନିକଟରେ ମାଇକ୍ରୋସଫ୍ଟ ସହ ସଂସ୍ଥାପକ ବିଲ୍ ଗେଟ୍ସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓଡ଼ିଶାର ବିକାଶ ପାଇଁ ଭୂୟସୀ ପ୍ରଶଂସା କରିଥିଲେ । ରାଜ୍ୟର ସାମଗ୍ରିକ ବିକାଶ ପାଇଁ ବିଲ୍ ଗେଟ୍ସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ବ ଓ ସ୍ୱାସ୍ଥ୍ୟ, ପୋଷଣ, କୃଷି ଓ ସହରାଞ୍ଚଳ ସଂସ୍କାର ପରି ପ୍ରମୁଖ କ୍ଷେତ୍ରର ବିକାଶ ପାଇଁ ତାରିଫ କରିଥିଲେ । ଏଥିସହ ଓଡ଼ିଶା ସରକାରଙ୍କ ମିଶନ ଶକ୍ତି, ମୁକ୍ତା ଯୋଜନା ଓ ଜାଗା ମିଶନ ଭଳି ଯୁଗାନ୍ତକାରୀ ପଦକ୍ଷେପକୁ ମଧ୍ୟ ବିଲ୍ ଗେଟ୍ସ ଭୁରି ଭୁରି ପ୍ରଶଂସା କରିଥିଲେ । ଏସବୁ ଯୋଜନା ଗରିବ ବିଶେଷକରି ମହିଳାଙ୍କ ଜୀବନରେ ପରିବର୍ତ୍ତନ ଆଣିଛି ବୋଲି ସେ କହିଥିଲେ ।

ନିକଟରେ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ଭୁବନେଶ୍ୱର ଗସ୍ତ କରି କୃଷି ପର୍ଯ୍ୟବେକ୍ଷଣ କେନ୍ଦ୍ରରେ ଡିଜିଟାଲ ଟେକ୍ନୋଲୋଜିର ପ୍ରୟୋଗରେ ବେଶ୍ ପ୍ରଭାବିତ ହୋଇଥିଲେ ।

ବିଲ୍ ଓ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ଡିଜିଟାଲ, କୃଷି, ମାତୃ ସ୍ୱାସ୍ଥ୍ୟ ଓ ପରିମଳ କ୍ଷେତ୍ରରେ ରୂପାନ୍ତରିତ ଟେକ୍ନୋଲୋଜି ଭଳି କ୍ଷେତ୍ରରେ ଓଡିଶା ସରକାରଙ୍କ ସହ ଭାଗିଦାରୀ ଦୃଢ଼ କରିବାକୁ ଇଚ୍ଛୁକ ବୋଲି ବିଲ୍ ଗେଟ୍ସ କହିଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଓଡ଼ିଶାର ବିକାଶକୁ ବିଲ୍ ଗେଟ୍ସଙ୍କ ପ୍ରଶଂସା ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିକାଶ କାର୍ଯ୍ୟକ୍ରମକୁ ବିଲ୍ ଗେଟ୍ସ ପ୍ରଶଂସା କରିବା ଏକ ଗୈାରବର ବିଷୟ ବୋଲି ମତ ପ୍ରକାଶ ପାଇଛି ।

Exit mobile version