Site icon ଆଜିକାଲି

ଭୁବନେଶ୍ୱରରେ ମଙ୍ଗଳା ବସ୍ତି ଓ ମିଶନ ଶକ୍ତି ବଜାର ପରିଦର୍ଶନ କଲେ ବିଲ୍ ଗେଟ୍ସ

ଭୁବନେଶ୍ୱର -ଭୁବନେଶ୍ୱର ଆସିଥିବା ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟସ୍ ଆଜି ମା’ ମଙ୍ଗଳା ବସ୍ତି ଗସ୍ତ କରି ରାଜ୍ୟ ସରକାରଙ୍କ ‘ମୁକ୍ତା’ ଓ ‘ଜାଗା ମିଶନ’ରେ ହୋଇଥିବା ବିକାଶମୂଳକ କାର୍ଯ୍ୟ ବୁଲି ଦେଖିଛନ୍ତି। ଏସବୁ ଯୋଜନାରେ କିଭଳି ଲୋକଙ୍କୁ ଥଇଥାନ କରାଯାଇଛି ସେନେଇ ବିଲ ଗେଟସ୍ ଅନୁଧ୍ଯାନ କରିଛନ୍ତି। ବିଜୁ ଆଦର୍ଶ କଲୋନୀ ଯାଇ ବସ୍ତି ବାସିନ୍ଦାଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି ବିଲ୍ ଗେଟ୍ସ । ବସ୍ତି କିପରି ସଫା ଅଛି, ଲୋକଙ୍କୁ କିପରି ଭଲ ପାନୀୟ ଜଳ ମିଳୁଛି ଓ ବସ୍ତି ବାସିନ୍ଦାଙ୍କ ଉନ୍ନତ ଜୀବନ ଶୈଳୀ ପାଇଁ ରାଜ୍ୟ ସରକାର କ’ଣ କରିଛନ୍ତି, ତାହା ଅନୁଧ୍ୟାନ କରିଛନ୍ତି ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା। ସେ ମଧ୍ୟ ବସ୍ତିରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ର ବୁଲିଥିଲେ ।

ପରେ କୃଷି ଭବନ ପରିଦର୍ଶନ କରି କୃଷି ସମୀକ୍ଷା କେନ୍ଦ୍ରର ଅନୁଧ୍ୟାନ କରିଛନ୍ତି ବିଲ୍ ଗେଟ୍ସ। ଏହାପରେ ମିଶନ ଶକ୍ତି ବଜାର ପରିଦର୍ଶନ କରିଥିଲେ ବିଲ୍ ଗେଟ୍ସ । ସେଠାରେ ମିଶନ ଶକ୍ତି ସଚିବ ସୁଜାତା ଆର୍. କାର୍ତ୍ତିକେୟନ ଓ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିଲ୍ ଗେଟ୍ସଙ୍କୁ ସ୍ବାଗତ କରିଥିଲେ । ପ୍ରଥମେ କୋରାପୁଟ କାଫେ ବୁଲି ଦେଖିଥିଲେ ବିଲ୍ ଗେଟ୍ସ । ଏହାପରେ ବଜାରରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ମୌଳିକ ଉତ୍ପାଦ ବିକ୍ରିବଟା ପାଇଁ ମିଶନ ଶକ୍ତି ବିଭାଗ ୧୦ ହଜାର ବର୍ଗଫୁଟ ଅଞ୍ଚଳରେ ଥିବା ଏହି ବଜାର ବୁଲି ଦେଖିଥିଲେ।

Exit mobile version