Site icon ଆଜିକାଲି

ପଞ୍ଚଭୂତରେ ଲୀନ ହେଲେ ବିଷ୍ଣୁ ସେଠୀ, ପୁଅ ଦେଲେ ମୁଖାଗ୍ନୀ

ଭଦ୍ରକ : ପଞ୍ଚଭୂତରେ ଲୀନ ହେଲେ ବିଷ୍ଣୁ ସେଠୀ । ଗତ ସୋମବାର ବିଳମ୍ବିତ ରାତିରେ ଜନ୍ମ ମାଟି ତିହିଡି ମଙ୍ଗରାଜପୁର ଗାଁରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତାଙ୍କ ମା’ବାପାଙ୍କ ସମାଧି ପାଖରେ ଶେଷକୃତ୍ୟ କରାଯାଇଛି । ପୁଅ ସୂର୍ଯ୍ୟବଂଶୀ ସୁରଜ ମୁଖାଗ୍ନି ଦେଇଥିଲେ । ବିଷ୍ଣୁଙ୍କୁ ଶେଷ ଦର୍ଶନ କରିବା ପାଇଁ ହଜାର ହଜାର ଲୋକ ଏକାଠି ହୋଇଥିଲେ । ରାଜ୍ୟ ବିଜେପିର ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ ।

ଭଦ୍ରକ ଧାମନଗର ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ଗତ ନିର୍ବାଚନରେ ନିର୍ବାଚିତ ହୋଇଥିଲେ । ଏହା ପୂର୍ବରୁ ସେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ବିରୋଧୀ ଦଳର ଉପନେତା ଭାବେ ଦାୟିତ୍ୱ ନେଇଥିଲେ ବିଷ୍ଣୁ ସେଠୀ । ବିଜେପିର ଜଣେ ଟାଣୁଆ ନେତା ତଥା ସରକାରୀ ଦଳର ତୀବ୍ର ସମାଲୋଚକ ଭାବେ ସେ ବେଶ ପରିଚିତ ଥିଲେ । ହସ୍ପିଟାଲରୁ ତାଙ୍କ ମରଶରୀର ବାହାରିବା ପରେ ବିଧାନସଭା ପରିସରକୁ ନିଆଯାଇଥିଲା । ସେଠାରେ ବାଚସ୍ପତିଙ୍କ ଠାରୁ ଆରମ୍ଭ କରି ଅନେକ ବିଧାୟକ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସେଠାରୁ ବାହାରିବା ପରେ ବିଷ୍ଣୁ ସେଠୀଙ୍କ ମରଶରୀରକୁ ବିଜେପି ପାର୍ଟି ଅଫିସ୍ ନିଆଯାଇଥିଲା । ସେଠାରେ ଦଳର କର୍ମକର୍ତା ଓ କେନ୍ଦ୍ରୀୟ ନେତୃତ୍ୱ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ସୂଚନା ଯେ, ସେ ଦୀର୍ଘ ଦିନ ଧରି କିଡନୀ ରୋଗରେ ଆକ୍ରାନ୍ତ ଥିଲେ । ଗତ ସୋମବାର ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୬୧ ବର୍ଷ ବୟସ ହୋଇଥିଲା ।

Exit mobile version