Site icon ଆଜିକାଲି

ତିନି ବର୍ଷୀୟ ବିସ୍ମୟ ବାଳକ ବବଲୁ ଠେଲା, ସ୍କୁଲ ନ ଯାଇ ସବୁ ପ୍ରଶ୍ନର ଉତ୍ତର ଦେଉଛନ୍ତି ଚଟାପଟ ।


ନବରଙ୍ଗପୁର, ( ସରୋଜ କୁମାର ବେହେରା) ହଁ ଆଜ୍ଞା ବୟସରେ ମାତ୍ର ତିନି, ନିପଟ ମଫସଲ ଗାଁରେ ଥିବା ବେଳେ ନା ସେ କେବେ ସ୍କୁଲ୍ ଯାଇଛନ୍ତି, ନା ଅଙ୍ଗନୱାଡି କେନ୍ଦ୍ର, ତଥାପି କଠିନ ରୁ କଠିନ ସାଧାରଣ ଜ୍ଞାନ ପ୍ରଶ୍ନର ଉତ୍ତର ଦେଉଛନ୍ତି ଚଟାପଟ। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ଅନ୍ତର୍ଗତ ଜମାଦାର ପଡ଼ା ଗ୍ରାମ ପଞ୍ଚାୟତ ଅଧୀନ ଲାଙ୍ଗପଡ଼ା ଗ୍ରାମର ଚାଲାଣ ପଡ଼ା ସାହିର ମାତ୍ର ତିନି ବର୍ଷର ଶିଶୁ। ନାଆ ତାର ବବଲୁ ଠେଲା ସ୍ୱଳ୍ପ ଇଂରାଜୀ ଭାଷାରେ କଥା ହେବା ପରେ ଗାଁ, ପଞ୍ଚାୟତ, ବ୍ଲକ୍ ଜିଲ୍ଲା ତଥା ରାଜ୍ୟର ବହୁ ବଡ଼ବଡ଼ ପ୍ରଶ୍ନର ଉତ୍ତର ଦେଉଛନ୍ତି। ଆଶ୍ଚର୍ୟ୍ଯ ର କଥା ଗାଁ ରେ ନାହିଁ ଅଙ୍ଗନୱାଡି କେନ୍ଦ୍ର ସହରର ଚାକଚକ୍ୟରୁ ଦୂରରେ ମଫସଲ ଗାଁରେ ନିଜ ପରିବାର ର ସଦସ୍ୟ , ଗାଁ ର ୱାର୍ଡ ମେମ୍ବର ଶ୍ରୀମତି ହିରମନୀ ଠେଲା ଓ ଅଜା ସହଦେବ ଠେଲାଙ୍କ ପ୍ରଚେଷ୍ଟା ବଳରେ ସେ ଆଜି ବହୁ ଜ୍ଞାନର ଅଧିକାରୀ ସାଜିଛନ୍ତି। ଗତ ବ୍ଲକ୍ ସ୍ଥାରିୟ ଜନଶୁଣାଣୀ ଶିବର ଚନ୍ଦାହାଣ୍ଡିକୁ ଯାଇ ନିଜ ହାତରେ ଚାଲାଣ ପଡ଼ାରେ ଅଙ୍ଗନୱାଡି କେନ୍ଦ୍ର ଖୋଲିବାକୁ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରି ଚର୍ଚ୍ଚା ପରିସରକୁ ଆସିଥିଲେ ଓ ଜିଲ୍ଲାପାଳ ସମାଧାନ ପୂର୍ବକ ତୁରନ୍ତ ଚାଲାଣ ପଡ଼ା ଗାଁ ରେ ଅଙ୍ଗନୱାଡି କେନ୍ଦ୍ର ସ୍ଥାପନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ବବଲୁର ବୁଦ୍ଧି ଦେଖି ଆଖ ପାଖ ଅଞ୍ଚଳରୁ ପ୍ରସଂସା ର ସୁଅ ଛୁଟୁଛି।

Exit mobile version