Site icon ଆଜିକାଲି

କାମୁଡିଲା ବିଷାକ୍ତ ସାପ, ଚାଲିଗଲା ଦୁଇ ନାବାଳକଙ୍କ ଜୀବନ

ଦେବଗଡ଼ : ସାପ କାମୁଡ଼ାରେ ଦୁଇ ନାବାଳକ ମୃତ। ଦେବଗଡ଼ ଜିଲା ଜାଙ୍ଗଲିକୁଦରେ ଗାଁରେ ଅଭାବନୀୟ ଘଟଣା । ମୃତକ ହେଲେ ଏହି ଗାଁର ସର୍ବେଶ୍ବର ଦେହୁରୀଙ୍କ ଦୁଇ ପୁଅ ସୌଭାଗ୍ୟ ଦେହୁରୀ ଏବଂ ଗୌରାଙ୍ଗ ଦେହୁରୀ । ଉଭୟ ଦିବ୍ୟାଙ୍ଗ ନାବାଳକ।

ଖବର ଅନୁଯାୟୀ, ବିଳମ୍ବିତ ରାତିରେ ଦୁଇ ଜଣ ନାବାଳକ ଶୋଇଥିଲେ । ଏହି ସମୟରେ ଉଭୟଙ୍କୁ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା । ଯେଉଁଥିରେ ଦୁଇ ନାବାଳକଙ୍କ ମୃତ୍ୟୁ ହୋଇଯାଇଛି । ଉଭୟଙ୍କୁ ଏକ ବିଷାକ୍ତ ଚିତି ସାପ କାମୁଡି ଥିବା ଜଣାପଡିଛି । ତୁରନ୍ତ ଉଭୟଙ୍କୁ ଦେବଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଉଭୟଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

Exit mobile version