Site icon ଆଜିକାଲି

ମତାଧିକାର ସାବ୍ୟସ୍ତ କଲେ ବିଜେଡି ପ୍ରାର୍ଥୀ ଅବନ୍ତୀ

ଧାମନଗର : ଧାମନଗର ଉପନିର୍ବାଚନ ପାଇଁ ଆଜି ଭୋଟ୍ ଗ୍ରହଣ ହେଉଛି । ଏହି ଆସନରେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ନିଜର ମତାଧିକାରସାବ୍ୟସ୍ତ କରିଛନ୍ତି । ସ୍ବାମୀଙ୍କ ସହ କାଁପଡ଼ାର ୭୮ ନମ୍ବର ବୁଥରେ ସେ ଭୋଟ୍ ଦେଇଛନ୍ତି। ସକାଳେ ଘରୁ ସୁଦଶା ବ୍ରତ ପୂଜା କରି ଭୋଟ ଦେବାକୁ ବାହାରିଥିଲେ ଅବନ୍ତୀ ଦାସ କହିଛନ୍ତି। ମା’ ଲକ୍ଷ୍ମୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଧାମନଗରବାସୀଙ୍କ ଆଶୀର୍ବାଦ ରହିଥିବାରୁ ସେ ନିର୍ବାଚନରେ ଜିତିବେ ବୋଲି କହିଛନ୍ତି ଅବନ୍ତୀ ।

Exit mobile version