Site icon ଆଜିକାଲି

ଆଜିଠୁ ସାରା ରାଜ୍ୟରେ ଆରମ୍ଭ ହେବ ବିଜେଡିର ଜନସମ୍ପର୍କ ପଦଯାତ୍ରା

ଭୁବନେଶ୍ୱର : ଗାଁରେ ପହଞ୍ଚିବ ସରକାରଙ୍କ ବିକାଶର ବାର୍ତ୍ତା । ଲୋକଙ୍କ ପାଖକୁ ଯିବେ ନେତା, ମନ୍ତ୍ରୀ, ବିଧାୟକ ଓ ସାଂସଦ। ଗାନ୍ଧି ଜୟନ୍ତୀରୁ ସାରା ରାଜ୍ୟରେ ଆରମ୍ଭ ହେଉଛି ବିଜେଡିର ଜନସମ୍ପର୍କ ପଦଯାତ୍ରା । ଜୟପ୍ରକାଶ ଜୟନ୍ତୀ ଯାଏଁ ରାଜ୍ୟବ୍ୟାପୀ ଚାଳିବ ପଦଯାତ୍ରା । ରାଜଧାନୀର ବଡ଼ଗଡ଼ କଳିଙ୍ଗ ବିଜୁ ଆଦର୍ଶ କଲୋନୀରେ ଆରମ୍ଭ ହେବ । ଏହି ମେଗା ଅଭିଯାନକୁ ଶୁଭାରମ୍ଭ କରିବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଦଯାତ୍ରା ପରେ ବଡ଼ଗଡ଼ ଖେଳପଡ଼ିଆରେ ଆୟୋଜିତ ବିଶାଳ ସମାବେଶକୁ ସେ ସମ୍ବୋଧିତ କରିବେ ।

ପଦଯାତ୍ରା ମାଧ୍ୟମରେ ପ୍ରତି ଘରେ ପହଞ୍ଚିବାକୁ ବିଜୁ ଜନତା ଦଳ ଲକ୍ଷ୍ୟ ରଖିଛି । ପଦଯାତ୍ରା କରି ବିଜେଡିର ନେତା, ମନ୍ତ୍ରୀ, ବିଧାୟକ ଓ ସାଂସଦ ରାଜ୍ୟ ସରକାରଙ୍କ ବିକାଶମୂଳକ କାମ ସମ୍ପର୍କରେ ଲୋକଙ୍କୁ ବୁଝାଇବେ । ସବୁ ନିର୍ବାଚନ ମଣ୍ଡଳୀରେ ପଦଯାତ୍ରା ସହ ରକ୍ତଦାନ, ବୃକ୍ଷରୋପଣ ଓ ଅନ୍ୟ ସାମାଜିକ କାର୍ଯ୍ୟକ୍ରମ ହେବ । ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ଯାଏ ପଦଯାତ୍ରା ଚାଲିବ । ଅକ୍ଟୋବର ୨ରୁ ଡିସେମ୍ବର ୨୬ ତାରିଖ ଯାଏ ଏହି ଜନସମ୍ପର୍କ ଯାତ୍ରା କରାଯିବ । ପଦଯାତ୍ରା ସମୟରେ ଅକ୍ଟୋବର ୨ରେ ଗାନ୍ଧୀ ଜୟନ୍ତୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ, ଅକ୍ଟୋବର ୯ରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ, ଅକ୍ଟୋବର ୧୧ରେ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ପାଳନ କରାଯିବ । ପ୍ରତି ନିର୍ବାଚନମଣ୍ଡଳୀରେ ଏହା ପାଳନ ହେବ ।

Exit mobile version